ବିଧାୟକ ଏବଂ ମନ୍ତ୍ରୀ ମାନଙ୍କ ଦରମା ବଢ଼ାଇଲେ ମମତା

ବିଧାୟକ ଏବଂ ମନ୍ତ୍ରୀ ମାନଙ୍କ ଦରମା ବଢ଼ାଇଲେ ମମତା

ରାଜ୍ୟର ସମସ୍ତ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦରମା ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I ଦିଲ୍ଲୀ ପରେ ପରେ ପଶ୍ଚିମବଙ୍ଗର ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦରମା ବୃଦ୍ଧି କରାଯାଇଛି I ମମତା କହିଛନ୍ତି ଯେ ସେ ନିଜେ ଦରମା ବାବଦକୁ ଟଙ୍କାଟିଏ ନେଉନାହାନ୍ତି ତେଣୁ ତାଙ୍କ ଦରମା ସେ କୌଣସି ବୃଦ୍ଧି ଘଟିନାହିଁ I ବିଧାୟକ ମାନଙ୍କ ଦରମା ୪୦ ହଜାର କୁ ବୃଦ୍ଧି କରାଯାଇଛି I ମମତା ଙ୍କ କହିବା କଥା ବିଧାୟକ ମାନଙ୍କ ଦରମା ବହୁତ କମ ଥିଲା ସେଇଥିପାଇଁ ତାଙ୍କର ଦରମା କୁ ବୃଦ୍ଧି କରାଯାଇଛି I ସେହିପରି ମନ୍ତ୍ରୀ ମାନଙ୍କ ଦରମା ବୃଦ୍ଧି ନେଇ ସୂଚନା ଦେଇଛନ୍ତି I ସୂଚନା ଅନୁଯାୟୀ , ମନ୍ତ୍ରୀମାନଙ୍କ ଦରମାକୁ ୧୦ ହଜାର ୯ ଶହ ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୦ ହଜାର ୯୦୦ ଟଙ୍କା କରାଯାଇଛି । ତେବେ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ହେଲା ପରେ, ଏବେ ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବେତନ ଓ ଭତ୍ତା ଟଙ୍କାକୁ ମିଶାଇ ମୋଟ ୧.୨୧ ଲକ୍ଷ ହୋଇଛି । ଯାହାକି ପୂର୍ବରୁ କେବଳ ୮୦ ହଜାର ଟଙ୍କା ଥିଲା । ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦରମା ୧୧ ହଜାର ଟଙ୍କା ବୃଦ୍ଧି କରାଯାଇ ୫୧ ହଜାର ଟଙ୍କା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *