ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚିତ ଚେହେରା ହେଉଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ସୌମ୍ୟଙ୍କୁ ନେଇ ହୁଲସ୍ତୁଲ ହେଉଥିଲା ରାଜ୍ୟ ରାଜନୀତି । 24 ସାଧାରଣ ନିର୍ବାଚନରେ ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ଘଷିପୁରାରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ଧୀରେ ଧୀରେ ରୋଚକ ମୋଡକୁ ଗତି କରୁଥିଲା ଘଷିପୁରାର ରାଜନୈତିକ ପାଣିପବନ । ବିଜେଡି ହେଭିୱେଟ ତଥା ଘଷିପୁରାର ବର୍ତ୍ତମାନର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସହିତ ସୌମ୍ୟଙ୍କର ହୋଇଥିଲା କଡା ଟକ୍କର । ଘଷିପୁରାକୁ ହିଂସାରୁ ମୁକ୍ତ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲେ ସୌମ୍ୟ ପଟ୍ଟନାୟକ । ସ୍ୱାଧୀନ ପ୍ରାର୍ଥୀ ହୋଇ ଅଟୋ ଚିହ୍ନରେ ନିର୍ବାଚନ ଲଢିଲେ କିନ୍ତୁ ବିଜେଡି ନେତା ବଦ୍ରି ପାତ୍ରଙ୍କ ଠାରୁ ତାଙ୍କୁ ହାର ମାନିବାକୁ ପଡିଥିଲା । ବଦ୍ରିଙ୍କ ରାସ୍ତାରେ କଣ୍ଟା ସାଜିଥିବା ସୌମ୍ୟଙ୍କୁ ରାସ୍ତାରୁ ହଟେଇବା ପାଇଁ ବଦ୍ରିଙ୍କ ରଣନୀତି ଠିକ କାମଦେଲା ଏବଂ ଘଷିପୁରାରେ ପୁଣିଥରେ ଶଙ୍ଖ ଆସିଲା । ବିଜେଡିର ଅଭେଦ୍ୟ ଗଡ ହୋଇ ରହିଛି ଘଷିପୁରା ନିର୍ବାଚନ ମଣ୍ଡଳୀ । ଲଗାତାର ଭାବେ ଏଠାରୁ ହ୍ୟାଟ୍ରିକ କରି ଆସୁଛନ୍ତି ବଦ୍ରି ପାତ୍ର । ତେବେ ଘଷିପୁରାରେ ସୌମ୍ୟଙ୍କ ଅଟୋରେ ବ୍ରେକ ଲାଗିବା ପରେ ଘଷିପୁରାର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଲାଣି । ବିଜେଡି ଏଥର ଶାସକ ଦଳରେ ନୁହେଁ ବରଂ ବିରୋଧି ଆସନରେ ବସିଛି । ଦୀର୍ଘ ଦିନ ହେବ ପୁଳା ପୁଳା ସମସ୍ୟା ଘେରରେ ରହିଥିବା ଘଷିପୁରାରେ ପରିବର୍ତ୍ତନ ଆଣିବାର ସ୍ୱପ୍ନ ଦେଖିଥିବା ସୌମ୍ୟଙ୍କୁ ହାର ମାନିବାକୁ ପଡିଲା । ନିର୍ବାଚନ ହାରିଥିଲେ ସୁଦ୍ଦା ଏବେ ଘଷିପୁରା ରାଜନୀତିରେ ବେଶ ଆକ୍ଟିଭ ରହିଛନ୍ତି ସୌମ୍ୟ ବାବୁ । ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ସମସ୍ୟାର ସମାଧାନ ମଧ୍ୟ କରୁଛନ୍ତି । କିନ୍ତୁ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ଦେଖା ନାହିଁ । ତେବେ ଆଗାମୀ ଦିନରେ ଘଷିପୁରା ରାଜନୀତିରେ ବଦ୍ରି ଓ ସୌମ୍ୟଙ୍କୁ ନେଇ କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
