ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ

ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ

ଏଣିକି ବାରରେ ବାଉନସର୍ ରଖିବା ଉପରେ ଲାଗିବ କଟକଣା। କମିଶନରେଟ ପୁଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ। ଏନେଇ କମିଶନରେଟ୍ ପୁଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନସର୍ ଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୁଲିସ।


ଚଝଇଜଇ ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ। ବାର୍ ମାଲିକ ସମ୍ପୃକ୍ତ ଗାର୍ଡଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ। ବାରରେ ନିୟୋଜିତ ହେବାପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡ଼ିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ, ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

author

Related Articles

Leave a Reply

Your email address will not be published. Required fields are marked *