ବିନା ଟିକେଟରେ ସମୀରଙ୍କ ଶକ୍ତି ପ୍ରଦର୍ଶନ

ବିନା ଟିକେଟରେ ସମୀରଙ୍କ ଶକ୍ତି ପ୍ରଦର୍ଶନ

ଆଉ ଅଳ୍ପ ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । କିନ୍ତୁ ଏବେ ବି ଟିକେଟକୁ ନେଇ ଚାଲିଛି ଛକାପଞ୍ଝା ଲଢେଇ । ଖାସ କରି ବିଜେଡିର ନିମାପଡା ଆସନ ପାଇଁ ନିର୍ବାଚନୀ ମାହୋଲ ସରଗରମ ରହିଛି । କାରଣ ଏହି ଆସନରେ ୩ ଥରର ବିଧାୟକ ତଥା ପୂୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଦଳ ଏଥର ଟିକେଟ୍ ଦେଇନି । ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ସହ ସମୀରଙ୍କ ସମର୍ଥକଙ୍କ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ୍ ମିଳିଥିବାରୁ ସମୀରଙ୍କ ସମର୍ଥକମାନେ ‘ସମୀର ନୁହେଁ ତ ଶଙ୍ଖ ନୁହେଁ’ ବୋଲି ନାରା ଦେଇଛନ୍ତି । ଏପରିକି ଏବେ ସମୀର ବିନା ଟିକେଟରେ ହିଁ ନିମାପଡାରେ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ମେଳିରେ ବିଜେଡିରୁ ସମୀର ଦାସଙ୍କୁ ଟିକେଟ ଦେବା ପାଇଁ ରାଲି ମଧ୍ୟ କରାଯାଇଥିବାର ଦେଖିବାକୁ ମିଳିଛି । ତେବେ ନିର୍ବାଚନରେ ଘଡିକେ ଘୋଡା ଛୁଟୁଥିବା ବେଳେ ସମୀରଙ୍କ ପାଇଁ କଣ ନବୀନ ତାଙ୍କ ନିଷ୍ପତ୍ତି ବଦଳାଇବେ ନା ସମୀର ଅନ୍ୟ କୌଣସି ବାଟ ଆପଣାଇବେ ତାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଲାଗି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *