ବିନା ଡ୍ରାଇଭରରେ ଚାଲିଲା ଟ୍ରେନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର କାଠୁଆ ରେଲୱେ ଷ୍ଟେସନରେ । ଠିଆ ହୋଇଥିବା ଏକ ମାଲବାହୀ ଗାଡି ଅଚାନକ ପଠାନକୋଟ ଆଡକୁ ଚାଲିଥିଲା । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ପରେ ବିନା ଡ୍ରାଇଭରରେ ଟ୍ରେନଟି ପ୍ରାୟ ୮୪ କିଲୋମିଟର ଯାଏଁ ଗଡି ଚାଲିଥିଲା । ଏହି ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ପରେ ଟ୍ରେନଟି ପଞ୍ଜାବର ମୁକେରିୟାର ଉଚ୍ଚା ବସ୍ତି ପାଖରେ ଅଟକି ଯାଇଥିଲା । ଜାମ୍ମୁର ଡିଭିଜନାଲ ଟ୍ରାଫିକ ମ୍ୟାନେଜରଙ୍କ କହିବା ମୁତାବକ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ।
You can share this post!
author