ବିପଦରେ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀ ପଦବୀ !

ବିପଦରେ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀ ପଦବୀ !

କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ? କାହା ମୁଣ୍ଡରେ ସୁନାକଳସ ଢାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ଦିନ ଗଡିବା ସହିତ ଜାତୀୟ ରାଜ୍ୟ ରାଜନୀତିରେ ଗୋଟିଏ ଚର୍ଚ୍ଚା ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଆସନରେରେ କିଏ ବସିବେ । ରେସରେ ରହିଛନ୍ତି ଦୁଇ ଓଡିଆ ନେତା । ଚଳିତ ସାଧାରଣ ନିର୍ବାଚନରେ ତୃତୀୟ ଥର ପାଇଁ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ତାଙ୍କ ଆସନରେ କିଏ ବସିବ ସେହି ଚର୍ଚ୍ଚା ଏବେ ଲାଗି ରହିଛି । କିଏ ନେବ ନଡ୍ଡାଙ୍କ ଜାଗା । ରେସରେ ଅଛନ୍ତି ବିଜେପିର ଦୁଇ ଟାଣୁଆ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏହି ଦୁହିଁଙ୍କ ମଧ୍ୟରେ ଆଗରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାହିଁକିନା ସେ କେନ୍ଦ୍ରରେ ମନ୍ତ୍ରୀ ଭୂମିକାରେ ରହିଥିବା ବେଳେ ବିଜେପି ପ୍ରତି ତାଙ୍କର ଅବଦାନ ବେଶ ଅତୁଳନୀୟ । ତେଣୁ ତାଙ୍କୁ ମଧ୍ୟ ଅଧକ୍ଷ ପଦରେ ବସାଇବା ନରେନ୍ଦ୍ର ମୋଦି ମୋହର ମାରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ପରିଚାଳନା ନେଇ ଧର୍ମେନ୍ଦ୍ରଙ୍କ ପାରିଦର୍ଶିତା ରହିଛି । ତା ସହିତ ଏହି ପଦବୀ ପାଇଁ ମଧ୍ୟ ମନ୍ତ୍ରୀ ପଦବୀ ହରେଇବାକୁ ପଡିପାରେ । ଅନ୍ୟପଟେ ମନମୋହନ ସାମଲଙ୍କୁ ଯଦି ରାଷ୍ଟ୍ରୀୟ ଅଧକ୍ଷ ପଦବୀ ମିଳେ ତାହା ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ଅନ୍ୟପଟେ ମଧ୍ୟ ଚର୍ଚ୍ଚା ହେଉଛି କି ନଡ୍ଡାଙ୍କ କାର୍ଯ୍ୟକାଳକୁ ଯଦି ପ୍ରଧାନମନ୍ତ୍ରୀ ବୃଦ୍ଧି କରିଦିଅନ୍ତି ତେବେ ଧର୍ମେନ୍ଦ୍ର କି ମନମୋହନଙ୍କୁ ଏହି ସୁଯୋଗ ମିଳିପାରିବ ନାହିଁ । ତେବେ ଏହି ତିନି ଜଣଙ୍କ ମଧ୍ୟରୁ କାହା ନାଁରେ ମୋହର ମାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *