ଶ୍ରୀମନ୍ଦିରକୁ ନେଇ ପୁଣି ମୁଣ୍ଡ ଟେକିଛି ଆଉ ଏକ ବିବାଦ । ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ନେଇ ଅନେକ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ବିପଦରେ ପଡିଛି ମେଘନାଦ ପାଚେରି । ଏକାଧିକ ସ୍ଥାନରେ ଫାଟ ଥିବା କଥା ସୂଚନା ମିଳିଛି ଏବଂ ଅନବରତ ସେହି ଫାଟରୁ ପାଣି ଝରୁଛି । ଯାହା ମେଘନାଦ ପାଚେରିକୁ ଭୁଶୁଡାଇ ଦେବା ଆଶଙ୍କା କରାଯାଉଛି । ସିଂହଦ୍ବାର ସମ୍ମୁଖ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏଭଳି ଫାଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଫଳକ ପଛ ପାର୍ଶ୍ବରେ ଦେଖିବାକୁ ମିଳିଥିଲା। ଏବଂ ଖୁବଶ୍ରୀଘ୍ର ଏହାର ନିର୍ମାଣ ଉପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଦୃଷ୍ଟି ଦେବେ ବୋଲି କୁହାଯାଉଛି ।
You can share this post!
author
Related Articles
ବଡଦାଣ୍ଡରେ ଲାଗିଲା ତିନିରଥ
- July 16, 2024
ତାଲା ଭଙ୍ଗାଯାଇ ଖୋଲାଗଲା ରତ୍ନଭଣ୍ଡାର
- July 14, 2024