ବିପୁଳ ପରିମାଣରେ ଗଞ୍ଜେଇ ଜବତ

ବିପୁଳ ପରିମାଣରେ ଗଞ୍ଜେଇ ଜବତ

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଗଞ୍ଜେଇ ବେପାର । ଯୁବପିଢି ଠାରୁ ଆରମ୍ଭ କରି ବୃଦ୍ଧମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗଞ୍ଜେଇ କୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି । କିନ୍ତୁ ପୋଲିସ ମଧ୍ୟ କିଛି କମ ନୁହେଁ । ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ଡିମିରିଖୋଲ ବିଡାମାସ୍କା ଜଙ୍ଗଲରୁ ୧୫ ଶହ ୬୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଯାହାର ଆନୂମାନିକ ମୂଲ୍ୟ କୋଟିଏ ୫୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛନ୍ତି । ତେବେ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫୋରର ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଥିବା କହିଛନ୍ତି ବୌଦ୍ଧ ଏସିପି । ଏସପିଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢାଉକୁ ସଫଳତା ମିଳିଛି । ବିଡାମାସ୍କା ଜଙ୍ଗଲରେ ବାହାରକୁ ଚାଲାଣ ପାଇଁ ଗଞ୍ଜେଇକୁ ବସ୍ତାରେ ପୁରାଇ ରଖାଯାଇଥିବା ବେଳେ ପୁଲିସ ଚଢାଉ କରି ଗଞ୍ଜେଇ ଜବତ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *