ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ

ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ

ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏବଂ ବିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ରାଜନୀତିକୁ ନେଇ ବୟାନ ବାଜି ମଧ୍ୟ ଆରମ୍ଭ ହୋଇଗଲାଣି । ଭିନ୍ନ ଭିନ୍ନ ମତ ରଖୁଛନ୍ତି ରାଜନେତାମାନେ । କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ମୋଦି ମୋଦି ନାରା ଦେଉଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ ଟାଙ୍ଗାଗୀ । ବିକାଶ କ୍ଷେତ୍ରରେ ବିଫଳ ହେବା ସହିତ କେନ୍ଦ୍ରର ବିଜେପି ସରକାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି । ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତି ନାରା ଦେଇଥିବା ବେଳେ ଏହା ଧୂଆଁବାଣରେ ପରିଣତ ହୋଇଛି, ଚାକିରି ମାଗିବାରୁ ସେମାନେ ଯୁବକ ମାନଙ୍କୁ ପକୁଡି ବିକିବାକୁ ପରାମର୍ଶ ଦେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *