ବିବାଦ ପରେ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ: ବିବାଦ ପରେ ପଦ ଛାଡ଼ିଲେ ଚେତନ ଶର୍ମା । ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏକ ଷ୍ଟିଙ୍ଗ୍ ଅପରେସନ୍ ପରେ ତାଙ୍କ ପଦରୁ ଆଜି ଅର୍ଥାତ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏକ ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ଭାରତୀୟ ଦଳ ଏବଂ ଖେଳାଳିଙ୍କ ସହ ଜଡିତ ଅନେକ ଗୁମର ଖୁଲାସା କରିଥିଲେ। ଏହା ପରେ ସେ ଲଗାତାର ବିବାଦରେ ଥିଲେ। ବର୍ତ୍ତମାନ ସେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିର ସଭାପତି ପଦ ଛାଡିଛନ୍ତି। ଚେତନ ଶର୍ମା ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଛନ୍ତି ଏବଂ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି।ନିକଟରେ ଏକ ନ୍ୟୁଜ ଚ୍ୟାନେଲ ଚେତନ ଶର୍ମାଙ୍କ ଉପରେ ଏକ ଷ୍ଟିଙ୍ଗ ଅପରେଶନ କରିଥିଲା। ଷ୍ଟିଙ୍ଗ ଅପରେଶନରେ ଖେଳାଳିଙ୍କ ଫିଟନେସ ସମ୍ବନ୍ଧରେ ଚେତନ ଅନେକ ବଡ଼ ରହସ୍ୟ ପ୍ରକାଶ କରିଥିଲେ। ଏପରିକି ବିସିସିଆଇର ପୂର୍ବତନ ସଭାପତି ଏବଂ ଅଧିନାୟକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ବିବାଦ ଭିତରକୁ ଆସିଥିଲେ। ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେଷ୍ଟା କରିଥିଲା। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଲା।

author

Related Articles

Leave a Reply

Your email address will not be published. Required fields are marked *