ବିବାହ ବନ୍ଧନରେ ବାନ୍ଧି ହେଲେ ଚଞ୍ଚଳ ଓ ଅନନ୍ୟା

ବିବାହ ବନ୍ଧନରେ ବାନ୍ଧି ହେଲେ ଚଞ୍ଚଳ ଓ ଅନନ୍ୟା

ଗୌହାଟୀ:

ସରିଲା ବହୁ ଚର୍ଚ୍ଚିତ ଦୁଇ ଜିଲ୍ଲାପାଳଙ୍କ ବିବାହ | ବିବାହ ବନ୍ଧନରେ ବାନ୍ଧି ହେଲେ ବଲାଙ୍ଗୀର ଜିଲ୍ଲାପାଳ
ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ଗୌହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ବାହାଘର ଶେଷ ହୋଇଛି। ବାହାଘରର ସଙ୍ଗୀତ କାର୍ଯ୍ୟକ୍ରମରେ ଚଞ୍ଚଲ ଓ ଅନନ୍ୟା ଖୁସିରେ ନିଧୂମ ନାଚିଥିଲେ ।

ସୂଚନା ଅନୁଯାୟୀ , ଉଭୟଙ୍କ ଏହା ଦ୍ଵିତୀୟ ବାହାଘର। ଗତ ଫେବ୍ରୁଆରୀ ୧୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ବଲପୁରରେ ହୋଇଥିଲା। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ପୂର୍ବରୁ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାପାଳ ଥିବା ସ୍ଵଧାଦେବ ସିଂଙ୍କୁ ବିବାହ କରିଥିଲେ। ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଥିବା ଅବଦର ଏମ୍ ଅଖତରକୁ ବିବାହ କରିଥିଲେ । ତେବେ ବିବାହ ବିଚ୍ଛେଦ ପରେ ଉଭୟ ଚଞ୍ଚଲ ଓ ଅନନ୍ୟାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହି ପ୍ରେମ ବିବାହରେ ପରିଣତ ହୋଇଛି | ସାତ ଜନ୍ମ ପାଇଁ ଚଞ୍ଚଲ ଓ ଅନନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *