ବିମାନ ପରିଚାରିକାଙ୍କୁ ହତ୍ୟା ଘଟଣା…..?

ଏନଜି କମ୍ପ୍ଲେକ୍ସ ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରହୁଥିବା ୨୪ ବର୍ଷୀୟ ରୁପଲ ଓଗରେ ନାମକ ବିମାନ ପରିଚାରିକାଙ୍କ ଗଲାକାଟି ହତ୍ୟା କରାଯାଇଛି ! ଏହି ମାମଲାରେ ପୋଲିସ ୪୦ବର୍ଷୀୟ ବିକ୍ରମ ନାମକ ଘରୋଇ ସହାୟକ ଗିରଫ କରିଛି !

ରୁପଲ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ବିକ୍ରମ ସେଠାରେ କାମ କରୁଥିଲେ ! ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ରୁପଲ ଗତ ଏପ୍ରିଲରେ ଛତିଶଗଡ଼ରୁ ମୁମ୍ବାଇ ଆସି ଏୟାର ଇଣ୍ଡିଆରେ କାମ କରୁଥିଲେ ! ରୁପଲଙ୍କ ସହ ତାଙ୍କ ସାନ ଭଉଣୀ ଆପାର୍ଟମେଣ୍ଟ ରହୁଥିଲେ ! ତେବେ ୮ ଦିନ ତଳେ ସାନ ଭଉଣୀ ଛତିଶଗଡ଼ ଯାଇଥିବା ବେଳେ ରୁପଲ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ !ରବିବାର ପରିବାର ଲୋକେ ରୁପଲଙ୍କୁ ଫୋନ କରିଥିଲେ ହେଲେ ସେ ଫୋନ ଉଠାଇନଥିଲେ ! ପରବର୍ତୀ ସମୟରେ ପରିବାର ଲୋକେ ମୁମ୍ବାଇରେ ରହୁଥିଲେ ! ରୁପଲ ବନ୍ଧୁକୁ ଫୋନ କରିଥିଲେ ! ରୁପଲ ବନ୍ଧୁ ଫ୍ଲାଟକୁ ଆସି ତାହା ଭିତରୁପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ ! ଏ ସମ୍ପର୍କରେ ସେମାନେ ପୋଲିସକୁ ଜଣାଇଥିଲେ ! ପୋଲିସ ଉପସ୍ତିଟିରେ ଫ୍ଲାଟ ଖୋଲାଯିବ ପରେ ରୁପଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ! ଘଟଣା ପରଠାରୁ ବିକ୍ରମ ଫେରାର ଥିବା ଜଣାପଡିଥିଲା ! ପୋଲିସ ତୁଙ୍ଗ ଗ୍ରାମରେ ଥିବା ବାସଭବନରୁ ବିକ୍ରମଙ୍କୁ ଗିରଫ କରିଥିଲା ! କେଉଁ କାରଣ ପାଇଁ ରୁପଲଙ୍କୁ ବିକ୍ରମ ହତ୍ୟା କରିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି !

author

Related Articles

Leave a Reply

Your email address will not be published. Required fields are marked *