ବିରୋଧୀଙ୍କ ଆଟାକରେ କାହିଁକି ଚୁପ ପ୍ରଦୀପ-ପ୍ରଶାନ୍ତ ?

ବିରୋଧୀଙ୍କ ଆଟାକରେ କାହିଁକି ଚୁପ ପ୍ରଦୀପ-ପ୍ରଶାନ୍ତ ?

କୁଆଡେ ଗଲେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀ ? ବିଜେଡି ଆଟାକରେ କାହିଁକି ଚୁପ୍ ଅଛନ୍ତି ଏହି ଦୁଇ ଟାଣୁଆ ନେତା ? ନିର୍ବାଚନ ପରେ ବିଜେଡି ପ୍ରସଙ୍ଗ ଖୋଜି ଖୋଜି ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛି । ପ୍ରେସମିଟ୍ କରି ଦଳର ବରିଷ୍ଠ ନେତା ମାନେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଆଟାକ କରିବା ସହ ତାଙ୍କୁ ଆକ୍ଷେପ କରୁଛନ୍ତି । ସେ ମହାନଦୀ ପ୍ରସଙ୍ଗ ହେଉ ବା ଦରଦାମ ବୃଦ୍ଧି ବିଜେଡି ଆଉ ଚୁପ ହୋଇରହୁନି । କିନ୍ତୁ ଏମାନଙ୍କ ବାକ୍ୟ ବାଣରେ ବିଜେପି ଘାଇଲା ହେଉଥିବା ଏବେ ସବୁଆଡେ ଆଲୋଚନା ଚାଲିଛି । କାହିଁକି ନା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀ ଛୋଟ ଛୋଟ କଥାରେ ବିଜେଡିକୁ ଘେରୁଥିଲେ । କିନ୍ତୁ ଏହି ଦୁଇଟି ମୁଖ୍ୟ ପ୍ରସଙ୍ଗରେ ବିଜେଡି ବିଜେପିକୁ ଆଟାକ କରିଥିବା ବେଳେ ଏମାନେ କିନ୍ତୁ ଚୁପ ରହିଛନ୍ତି । ନା ସେ ବିଜେଡି କରୁଥିବା ଟାର୍ଗେଟର ପ୍ରତିଉତ୍ତର ରଖୁଛନ୍ତି ନା ସେ ସମ୍ପର୍କରେ କିଛି ବି ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ଏବେ ନାନା ଆଲୋଚନା ଚାଲିଛି । ତେବେ ଦେଖାଯାଉ ବିଜେଡି କରୁଥିବା ଆଟାକର ବିଜେପି କିପରି ଜବାବ ଦେଉଛି ଏବଂ ପ୍ରଦୀପ ପ୍ରଶାନ୍ତ କେବେ ଏ ସମ୍ପର୍କରେ ମୁହଁ ଖୋଲୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *