ପୋଲସରା ଅଞ୍ଚଳରେ ଆଜି ସକାଳୁ ସକାଳୁ ବିଲୁଆ କାମୁଡ଼ା ରେ ୨୦ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୋଲସରା ବ୍ଲକ ଅର୍ନ୍ତଗତ ହାତୀଓଟ, ଯେମାଦେଇପୁର ଓ ପ୍ରାଣଦେଇପୁର ଗ୍ରାମର ୨୦ ଜଣେ ପୁରୁଷ ଓ ମହିଳାଙ୍କୁ ପାଗଳ ବିଲୁଆ କାମୁଡି ଆହତ କରିଛି। ଆହତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି। ବିଲୁଆ କାମୁଡାରେ ଆହତ ହୋଇଥିବା ସମସ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଉଥିବା ଦେଖିବାକୁ ମିଳିଛି । ଡାକ୍ତରଙ୍କ କହିବା ଅନୁଯାୟୀ ବିଲୁଆ ମାନେ ଶବ ଗୁଡିକୁ ଖାଇଥାନ୍ତି । ଶବ ଗୁଡ଼ିକରେ ଫସପିନ୍ ଭଳି ଏକ ଗ୍ୟାସ୍ ରହିଥାଏ । ଯାହା ଦ୍ୱାରା ବିଲୁଆ ସେହି ମୃତ ଶବର ଫସପିନ୍ ଗ୍ୟାସର ପ୍ରଭାବ ରେ ପାଗଳ ହୋଇ ସାମ୍ନାରେ ଦେଖୁଥିବା ଲୋକଙ୍କୁ ଅତର୍କିତ ଆକ୍ରମଣ କରି କାମୁଡିଥାନ୍ତି ।
ଚାଷୀ ମୁଲିଆ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିଲୁଆ କାମୁଡା ରେ ଆକ୍ରମଣ ହେଉଥିବା ବେଳେ ବର୍ତ୍ତମାନ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣୁ ପୋଲସରା ବନାଞ୍ଚଳ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।