ବିଳମ୍ବିତ ରାତିରେ ବିଶାଖପାଟନମ୍ ବେଳାଭୂମି ନିକଟରେ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଗୋଟିଏ ମାଛଧରା ବୋଟରେ ନିଆଁ ଲାଗିଯିବା ପରେ ଚାହୁଁଚାହୁଁ ଆଖପାଖରେ ଥିବା ୪୦ଟି ବୋଟକୁ ନିଆଁ ବ୍ୟାପୀ ଯାଇଥିଲା । ନିଆଁଲାଗି ମତ୍ସ୍ୟଜୀବୀଙ୍କ ୪୦ଟି ବୋଟ୍ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । କୌଣସି ଦୁର୍ବୃତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ 5 ଘଣ୍ଟା ସମୟ ଲାଗିଥିଲା । ମତ୍ସ୍ୟଜୀବୀଙ୍କୁ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ଅଟେ । 25 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024