ବିଶ୍ୱକପରେ ବାଜିବ ‘ଦିଲ୍ ଜସ୍ନ ବୋଲେ’

ବିଶ୍ୱକପରେ ବାଜିବ ‘ଦିଲ୍ ଜସ୍ନ ବୋଲେ’


ଆଉ ଅଳ୍ପ ଦିନରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ । ବିଶ୍ୱକପରେ ଭାରତୀୟ କ୍ରିକେଟର ତଥା ଫ୍ୟାନ୍ସ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ ଆଇସିସି ପକ୍ଷରୁ ଏକ ଅଫସୋିଆଲ ସଙ୍ଗ ଆଜି ମଧ୍ୟାନ୍ନରେ ଉନ୍ମୋଚିତ ହେବ । ଗୀତଟିର ନାଁ ‘ଦିଲ୍ ଜସ୍ନ ବୋଲେ’ ରଖାଯାଇଛି । ଗୀତକୁ ନିର୍ଦ୍ଦେଶନ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍ କରିଥିବା ବେଳେ ବଲିଡ ଷ୍ଟାର ରଣବୀର ସିଂହ ଗୀତରେ ଅଭିନୟ କରିଛନ୍ତି । ଗୀତର ପୋଷ୍ଟରରେ ରଣବୀର ଏକ ନେଭି ବ୍ଲୁ ଡ୍ରେସ ପିନ୍ଧିଥିବା ବେଳେ ମେରୁନ ଜ୍ୟାକେଟ ଓ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଫ୍ୟାନ୍ସ ମାନେ ଜର୍ସି ପରିଧାନ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଗୀତକୁ ନେଇ ଫ୍ୟାନ୍ସ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ୱକପରେ ଭାରତୀୟ ଦଳ ଜବରଦସ୍ତ ଖେଳିବା ବୋଲି ଫ୍ୟାନ୍ସ ମହଲରେ ଆଶା ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *