ବିଶ୍ୱକପରେ ଭାରତର ବୃହତ ବିଜୟ, ପାକିସ୍ତାନକୁ ହରାଇଲା ଟିମ୍‌

ବିଶ୍ୱକପରେ ଭାରତର ବୃହତ ବିଜୟ, ପାକିସ୍ତାନକୁ ହରାଇଲା ଟିମ୍‌

ପାକିସ୍ତାନ ବିପକ୍ଷ ମ୍ୟାଚରେ ପୁଣି ବାଜ ମାରିଛି ଭାରତ । ବିଶ୍ୱକପରେ କ୍ରମାଗତ ୮ଥର ପାକିସ୍ତାନକୁ ହରାଇଲାଣି ଭାରତୀୟ ଦଳ । ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗାଁଠୁ ସହର ସବୁଠି ଦେଖବାକୁ ମିଳିଛି ଭାରତ ବିଜୟ ପରେ ଖୁସିର ଆସର । ଅହମ୍ମଦାବାଦରେ ପ୍ରଥମେ ଭାରତୀୟ ବୋଲରଙ୍କ କମାଲ ପରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଭାରତକୁ ବୃହତ ବିଜୟ ଆଣି ଦେଇଛି । ୧୧୭ ବଲ ଓ ୭ ୱିକେଟରେ ବିଜୟୀ ହୋଇଛି ରୋହିତ ବାହିନୀ । ଆଉ ଏହି ବିଜୟ ସହ ଭାରତ ସମସ୍ତ ଦଳକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅକ୍ତିଆର କରିଛି ।

ବୁମରା ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୮୬ ରନ କରିଥିଲେ । ୬୩ ବଲରୁ ବିସ୍ଫୋରକ ଖେଳ ଖେଳି ୮୬ ରନ କରିଥିଲେ ରୋହିତ, ଯେଉଁଥିଲେ ଥିଲା ବିଶାଳ ୬ଟି ଛକା । ଏଥିସହ ଦିନିକିଆରେ ରୋହିତ ଶର୍ମା ୩୦୦ ଛକାର ରେକର୍ଡ କରିଛନ୍ତି । ଶ୍ରେୟସ ଅୟର ୬୩ ବଲରୁ ଅପରାଜିତ ୫୩ ରନ କରି ଦଳକୁ ବିଜୟୀ କରାଇଥିଲେ । ଏହି ଅର୍ଦ୍ଧଶତକୀୟ ପାଳିରେ ଅୟର ୩ ଚୌକା ଓ ୨ଟି ଛକା ମାରିଥିଲେ । କେଏଲ ରାହୁଲ ୧୯ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଓ ଶୁବମନ ଗିଲ ୧୬ ରନ ଲେଖାଏଁ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମରୁ ପାକିସ୍ତାନର ଦୁଇ ଓପନର ବ୍ୟାଟର ଚମକ୍ରାର ଢ଼ଙ୍ଗରେ ପାଳି ଆରମ୍ଭ କରିଥିଲେ । ତେବେ ଭାରତର ଅନ୍ୟ ମ୍ୟାଚ ସବୁ କିପରି ହେବ ତାହା ଉପରେ ଫ୍ୟାନ୍ସଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *