ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବଡ ବିଜୟ

ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବଡ ବିଜୟ

ଗତକାଲି ବିଶ୍ୱକପରେ ଭାରତର ଦମଦାର ବିଜୟ ହୋଇଛି । ସେମିଫାଇନାଲରେ ଟିମ ଇଣ୍ଡିଆ ନିଜ ସ୍ଥାନ ପକ୍କା କରିଛି । ଶ୍ରୀଲଙ୍କାକୁ ୩୦୨ ରନର ଏକ ବଡ ବ୍ୟବଧାନରେ ପରାସ୍ତ କରିଛି ଭାରତ ।ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ କୁସାଲ ମେଣ୍ଡିସ୍ । ଆଉ ଆରମ୍ଭରୁ ଶ୍ରୀଲଙ୍କାକୁ ସଫଳତା ମଧ୍ୟ ମିଳିଥିଲା । ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ପ୍ରଥମ ଓଭରର ଦ୍ୱିତୀୟ ବଲରେ ହିଁ ଆଉଟ୍ ହେଇ ପ୍ୟାଭିଲିୟନ୍ ଫେରିଥିଲେ । ହେଲେ ଏହାପରେ କିନ୍ତୁ ଭାରତ ମ୍ୟାଚକୁ ନିଜ କବଜାକୁ ନେଇ ଯାଇଥିଲା । ବିରାଟ କୋହଲି ଏବଂ ଶୁଭମନ୍ ଗିଲ୍ ଦୁହେଁ ଜବରଦସ୍ତ ବ୍ୟାଟିଂ କରିବା ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ ।ଟିମ୍ ଇଣ୍ଡିଆର ୩ ଜଣ ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିଥିଲେ ବି ଶତକ ମାରିପାରିନଥିଲେ । ଶୁଭମନ୍ ଗିଲ୍ ୯୨ ରନ୍, କୋହଲି ୮୮ ରନ୍ ଏବଂ ଶ୍ରେୟାସ ଆୟର ୮୨ ରନ୍ କରି ଆଉଟ୍ ହେଇଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ମଧ୍ୟ ଉପଯୋଗୀ ୩୫ ରନ୍ କରିଥିଲ । ତେବେ ମ୍ୟାଚରେ ସବୁଠୁ ଅଧିକ ରୋମାଞ୍ଚ ଆଣିଥିଲେ ଟିମ୍ ଇଣ୍ଡିଆର ବୋଲର । ଆରମ୍ଭରୁ ହିଁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଥିଲା ମେନ୍ ଇନ୍ ବ୍ଲୁ । ଯାହାର ଫଳସ୍ୱରୂପ ମାତ୍ର ୨୦ ଓଭରରେ ୫୫ ରନ୍ କରି ଅଲଆଉଟ୍ ହେଇଯାଇଥିଲା ଶ୍ରୀଲଙ୍କା । ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୫ଟି, ମହମ୍ମଦ ସିରାଜ ୩ଟି ଏବଂ ବୁମରା ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଧିବଦ୍ଧ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ।

author

Related Articles

Leave a Reply

Your email address will not be published. Required fields are marked *