ବିଶ୍ୱକପରେ ସର୍ବାଧିକ ରନ୍ ଚେଜ୍ କରିଛି ପାକିସ୍ତାନ ଦଳ

ବିଶ୍ୱକପରେ ସର୍ବାଧିକ ରନ୍ ଚେଜ୍ କରିଛି ପାକିସ୍ତାନ ଦଳ

୨୦୨୩ ବିଶ୍ୱକପ ରେମାଂଚକର ହେଉଛି । ଶ୍ରୀଙ୍କା-ପାକିସ୍ତାନ ମଧ୍ୟରେ ଥକୁ ୧୦ ବଲ ପୂର୍ବରୁ ଜିତି ଯାଇଛି ପାକିସ୍ତାନ । ଯାହା ବିଶ୍ୱକପରେ ରେକର୍ଡ କରିଛି ଟିମ ପାକିସ୍ତାନ । ଶ୍ରୀଲଙ୍କା ଦଳ ପତାନକୁ ଟାର୍ଗେଟରେ ୩୪୫ ରନ ଦେଇଥିବାବେଳେ ପାକିସ୍ଥାନ ଦଳ ଏହାକୁ ୧୦ଟି ବଲ ପୂର୍ବରୁ ଜିତି ଯାଇଛି । ବିଶ୍ୱକପରେ ସର୍ବାଧିକ ରନ୍ ଚେଜ୍ କରିବାର ରେକର୍ଡ ନିଜ ନାଁରେ କରିଛି ପାକିସ୍ତାନ । ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ପାକିସ୍ତାନର ଦୁଇ ଷ୍ଟାର ବ୍ୟାଟର ଅବଦୁଲା ସଫିକ ଓ ମହମ୍ମଦ ରିଜୱାନ । ଶେଷ ପର‌୍ୟ୍ୟନ୍ତ ଅପରାଜିତ ରହି ଶତକୀୟ ଇନିଂସ ଖେଳିବା ସହ ଦଳକୁ ବିଜୟୀ କରାଇଛନ୍ତି ମହମ୍ମଦ ରିଜୱାନ । ବିଶ୍ୱକପରେ ଏହାପୂର୍ବରୁ ୩୪୫ ରନର ବିଜୟଲକ୍ଷ୍ୟକୁ କୌଣସି ଦଳ ହାସଲ କରିନଥିଲା । ପୂର୍ବରୁ ଏହି ରେକର୍ଡ ଆର‌୍ୟଲାଣ୍ଡ ନାଁରେ ରହିଥିଲା । ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଆର‌୍ୟଲାଣ୍ଡ ୩୨୮ର ଟାର୍ଗେଟକୁ ହାସଲ କରିଥିଲା । ସେହିଭଳି ୨୦୧୯ ବିଶ୍ୱକପରେ ବାଂଲାଦେଶ ଟିମ୍ ୱେଷ୍ଟଇଣ୍ଡି ବିପକ୍ଷରେ ୩୨୨ ରନର ଟାର୍ଗେଟକୁ ହାସଲ କରି ଏହି ତାଲିକାର ୩ୟ ସ୍ଥାନରେ ରହିଛି । ସେହିଭଳି ପାକିସ୍ତାନ ଟିମ୍ ବିଶ୍ୱକପରେ କୌଣସି ଦଳ ବିପକ୍ଷରେ ଲଗାତାର ମ୍ୟାଚ୍ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ରହିଥିଲା । ଭାରତ ଏହାପୂର୍ବରୁ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୭ଟି ବିଜୟ ହାସଲ କରିଛି । କିନ୍ତୁ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇ ଏହି ରେକର୍ଡ ନିଜ ନାଁରେ କରିଛି । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଲଗାତାର ୮ଟି ମ୍ୟାଚରେ ବିଜୟୀ ହୋଇଛି ।


ପାକିସ୍ତାନର ଦୁଇ ବ୍ୟାଟରଙ୍କ ସମେତ ଶ୍ରୀଲଙ୍କାର ଦୁଇ ବ୍ୟାଟର ମଧ୍ୟ ମ୍ୟାଚରେ ଶତକ ହାସଲ କରିଛନ୍ତି । ତେବେ ଦିନିକିଆ ଇତିହାସରେ ଏହା ତୃତୀୟ ଥର ଦେଖିବାକୁ ମିଳିଛି ।ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ପରେ ପାକିସ୍ତାନ ଟିମର ମନୋବଳ ବଢିଛି । ଆସନ୍ତା ୧୪ ତାରିଖରେ ଭାରତ ବିପକ୍ଷରେ ମୈଦାନକୁ ଓହ୍ଲାଇବ ପାକିସ୍ତାନ । ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ଏଯାବତ ବିଜୟ ହାସଲ କରିବାରେ ସଫଳ ହୋଇ୍ନାହିଁ ପାକିସ୍ତାନ । ଏଯାବତ ବିଶ୍ୱକପରେ ଭାରତ-ପାକିସ୍ତାନ ୭ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ ପ୍ରତିଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ଆସନ୍ତା ୧୪ରେ ଏହି ସଂଖ୍ୟା ୮ରେ ପହଞ୍ଚିବ ବୋଲି ଭାରତୀୟ କ୍ରିକେଟପ୍ରେମୀ ଦୃଢ ଆଶାବାଦୀ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *