ବିଶ୍ୱକପ ଫାଇନାଲରେ ହେବ ଏରୋବେଟିକ ଦଳଙ୍କ ଏୟାର ସୋ

ବିଶ୍ୱକପ ଫାଇନାଲରେ ହେବ ଏରୋବେଟିକ ଦଳଙ୍କ ଏୟାର ସୋ

ବିଶ୍ୱକପର ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ଏହି ସୋ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *