ବିଶ୍ୱକପ ଫାଇନାଲ ପାଇଁ ଉତ୍ସାହରେ ଭାରତବାସୀ

ବିଶ୍ୱକପ ଫାଇନାଲ ପାଇଁ ଉତ୍ସାହରେ ଭାରତବାସୀ

ସମଗ୍ର ଭାରତ ବାସୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ଦିନ 2ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଫ୍ୟାନ ମାନଙ୍କର ଭିଡ ଜମିଲାଣି । କ୍ରିକେଟପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଅହମ୍ମଦାବାଦକୁ ଯାତ୍ରା କରିଛନ୍ତି । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ଏଥର ବିଶ୍ୱକପ୍ ଜିତିବ ଭାରତ । ପୁଣି ଥରେ ଭାରତ ହେବ ବିଶ୍ୱ ଚାମ୍ପିଅନ୍ । ସେପଟେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆଜି ମ୍ୟାଚ୍ ଦେଖିବେ ରେକର୍ଡ ସଂଖ୍ୟକ ଦର୍ଶକ । ଅହମ୍ମଦାବାଦ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ । ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ଏବଂ 2011 ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟମାନେ ଉପସ୍ଥିତ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *