ବିଶ୍ୱମଞ୍ଚରେ ପୁଣି ହଟ୍ଟହଟ୍ଟା ପାକିସ୍ତାନ !

ବିଶ୍ୱମଞ୍ଚରେ ପୁଣି ହଟ୍ଟହଟ୍ଟା ପାକିସ୍ତାନ !

ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ବିଶ୍ୱର ଅନେକ ମହାଶକ୍ତି  । ଚୀନର SCO ସମ୍ମିଳନୀରେ 20ରୁ ଅଧିକ ଦେଶର ନେତା ଏକାଠି ହୋଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଚୀନରେ ଆୟୋଜିତ SCO ସମ୍ମିଳନୀରେ ଦେଖିବାକୁ ମିଳିଛି କିଛି ଏପରି ଝଲକ ପୁଣିଥରେ ବିଶ୍ୱ ମଞ୍ଚରେ ଅପମାନିତ ହେଲା ପାକିସ୍ତାନ । ହଁ ଆଜ୍ଞା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ବିଶ୍ବର ମହାଶକ୍ତି ଗୁଡ଼ିକ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ସେତେବେଳେ ପାକ୍ ପିଏମଙ୍କ ମୁହଁକୁ ବି ଚାହିଁଲେନି ପ୍ରଧାନମନ୍ତ୍ରୀ ମୋଦୀ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ତିନି ଜଣଙ୍କୁ ଅନୌପଚାରିକ ଭାବରେ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । କାରଣ ପାକିସ୍ତାନ ମଧ୍ୟ SCOର ଏକ ଅଂଶ ହୋଇଥିବାରୁ, ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ସୋମବାର ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ପରସ୍ପର ସହିତ କଥାବାର୍ତ୍ତା କରି ଚାଲିଯାଉଥିଲେ । ସେତେବେଳେ ଶେହବାଜ ସରିଫ ହାତ ଯୋଡି ଏକ କୋଣରେ ଏକାକୀ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ନା ତାଙ୍କ ସହିତ କେହି କଥା ହେଉଥିଲେ ନା କେହି ତାଙ୍କ ପ୍ରତି ଧ୍ୟାନ ଦେଉଥିଲେ । କୋଣରେ ଚୁପଚାପ୍ ଠଇଆ ହୋଇ ସେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କୁ ବଲବଲ କରି ଦେଖୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଯାହାପରେ ପୁଣିଥରେ ପାକିସ୍ତାନକୁ ନେଇ ଚର୍ଚ୍ଚା ବଢିଛି । ଭାରତ ଉପରେ ଅନୌପଚାରିକ ଭାବେ ଆକ୍ରମଣ କରି ଅଡୁଆରେ ଫସୁଥିବା ପାକିସ୍ତାନ ପୁଣିଥରେ ବିଶ୍ୱ ମଞ୍ଚରେ ଅପମାନିତ ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ସେହିପରି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଯଥାଶୀଘ୍ର SCO ବିକାଶ ବ୍ୟାଙ୍କ ଗଠନ ଏବଂ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *