ବିଶ୍ୱର ସବୁଠାରୁ ସୁନ୍ଦରୀ କୁକୁଡ଼ା

ବିଶ୍ୱର ସବୁଠାରୁ ସୁନ୍ଦରୀ କୁକୁଡ଼ା

ଆନ୍ଧ୍ର ପ୍ରଦେଶ:

ଆନ୍ଧ୍ର ପ୍ରଦେଶର ଏକ ଦୁର୍ଗମ ଗାଁରେ ଥିବା ଏକ କୁକୁଡ଼ା ଏବେ ଚର୍ଚ୍ଚା ରେ ଅଛି | ଏହି କୁକୁଡ଼ାଟି ଜାତୀୟସ୍ତରରେ ଆୟୋଜିତ ସୌନ୍ଦଯ୍ୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଛି | ପ୍ରକାଶମ ଜିଲ୍ଲାରେ ରହୁଥିବା ସୟଦ ବାଶା ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ସହିତ ମିଶି ଏହି କୁକୁଡ଼ାଟିକୁ ପାଳିଛନ୍ତି | ଏଭଳି କୁକୁଡ଼ା କେରଳ ଓ ତାମିଲନାଡୁରେ ଅଧିକ ଦେଖିବାକୁ ମିଳନ୍ତି | ଏହି କୁକୁଡ଼ାର ବିଶେଷତ୍ୱ ହେଉଛି ଏହାର ଥଣ୍ଟ ଶୁଆ ଭଳି | ଯେତେବେଳେ ଏହି କଥା ସେମାନଙ୍କୁ ଜଣାପଡିଲା, ସେମାନେ ଏହି କୁକୁଡ଼ାକୁ ଆଣି ପାଳିବା ପାଇଁ ନିଷ୍ପତି ନେଲେ, ଯାହାଦ୍ୱାରା ସେମାନେ ନିଜ ପରିବାରର ଭରଣପୋଷଣ କରିପାରିବେ |

ଏହି କୁକୁଡ଼ା ସମ୍ପର୍କରେ କୁହାଯାଏ ଯେ, ଏଭଳି କୁକୁଡ଼ାକୁ ପାଳିବା ଏବଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ତାକୁ ପ୍ରସ୍ତୁତ କରିବା ବହୁତ କଷ୍ଟକର | କାରଣ ଏଥିପାଇଁ କୁକୁଡ଼ାକୁ ନିୟମିତ ପୋଷାକତତ୍ତ୍ୱ ଭରା ଖାଦ୍ୟ ଦେବାକୁ ହୁଏ | ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କୁକୁଡ଼ାର ପ୍ରକାରଭେଦ, ସେମାନଙ୍କର ପରଗୁଡ଼ିକର ରଙ୍ଗ ଓ ଚମକର ଆଧାରରେ ବିଜେତା ଘୋଷଣା କରାଯାଏ | ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପ୍ରବେଶ କରିବା ମଧ୍ୟ ବହୁତ କଷ୍ଟକର ବୋଲି ସୟଦ କହିଛନ୍ତି | ଏହି ପ୍ରତିଯୋଗିତା ଜାନୁୟାରୀ ୨୯ ତାରିଖରେ ଅନନ୍ତପୁରର ଧର୍ମାଭରମରେ ଆୟୋଜିତ ହୋଇଥିଲା ଏବଂ ବିଜେତାଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ମିଳିଛି | ସୟଦ ଏଭଳି ୫୦ଟି କୁକୁଡ଼ା ପାଳିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *