ବିଶ୍ୱର ସବୁଠୁ ମହଙ୍ଗା ଫଳ

ବିଶ୍ୱର ସବୁଠୁ ମହଙ୍ଗା ଫଳ

ଜାପାନ:

ଫଳ ଖାଇବା ଅନେକଙ୍କ ପସନ୍ଦ | ସ୍ୱାଦିଷ୍ଟ ଫଳରେ କେବଳ ଭିଟାମିନ ରହିଛି ତାହା ନୁହେଁ, ବରଂ ଏହା ଅନେକ ରୋଗବୈରାଗ ଦୂର କରେ | ଏମିତି ବଜାରରେ ମିଳୁଥିବା ଫଳର ଦରଦାମ ଭିନ୍ନ ଭିନ୍ନ ଥିବାବେଳେ ବିଶ୍ୱର ଏମିତି ଏକ ଫଳ ରହିଛି ଯାହାର ଦର ଆକାଶଛୁଆଁ | ଏହାର ନାଁ ୟୁବେରି ମେଲନ | ଖରଭୁଜ ପରି ଦିଶୁଥିବା ଏହି ଫଳଟିର ଦାମ କେଜି ପ୍ରତି ୨୦ ଲକ୍ଷ ହୋଇଥାଏ | ଏପରି ସ୍ୱତନ୍ତ୍ର କିସମ ଖରଭୁଜ ଜାପାନର ୟୁବେରି ସହରର ଚାଷ କରାଯାଏ | ସାଧାରଣତଃ ଚାଷ ପାଇଁ ସୂର୍ଯ୍ୟକିରଣ ଆବଶ୍ୟକତା ହେଉଥିବାବେଳେ ଏହି ଖରଭୁଜ ଏକ ବିଶେଷ ତାପମାତ୍ରାରେ ଚାଷ କରାଯାଏ | ଏହା ଫଳିବାକୁ ୧୦୦ ଦିନ ଲାଗିଥାଏ | ଏହାର ପାର୍ଶ୍ୱ କମଳା ରଙ୍ଗ ଓ ଏହା ବହୁତ ମିଠା ହୋଇଥାଏ | ଏହା ଅଧିକ ମିଠା ହୋଇଥିବାରୁ ଏହାକୁ ଜେଲି, ଆଇସକ୍ରିମ, କେକ ପ୍ରସ୍ତୁତିରେ ବ୍ୟବହାର କରାଯାଏ | ଅତି ସାବଧାନତାର ସହିତ ଏହି ଚାଷ କରିବାକୁ ହୁଏ | ଆମ ଦେଶର ଜଳବାୟୁରେ ଏହାକୁ ଫଳାଇବା ବେଶ କଠିନ | ଆଶ୍ଚର୍ଯ୍ୟର କଥା, ଜାପାନରେ ଏହି ଫଳ ନିଲାମ ହୋଇ ବିକ୍ରି ହୋଇଥାଏ | ଏହି ଫଳ ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମସ୍ତିସ୍କ ଭଲ ଭାବେ କାମ କରିବା ସହ ସୁସ୍ଥ ଓ ନିରୋଗୀ ରହିଥାନ୍ତି | ଶୁଭକାର୍ଯ୍ୟରେ ଜାପାନୀ ଲୋକେ ଏହାକୁ ଉପହାରରେ ଦେବାକୁ ପସନ୍ଦ କରନ୍ତି |

author

Related Articles

Leave a Reply

Your email address will not be published. Required fields are marked *