ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ

ଖରାପ ଜୀବନଶୈଳୀ, ବ୍ୟାୟାମରଅଭାବ ଓ ଅତ୍ୟଧିକ ମାନସିକ ଚାପ ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି | ରକ୍ତଚାପକୁ ନେଇ ଲୋକଙ୍କୁ ସତର୍କ ତଥା ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’୧୭ ତାରିଖକୁ ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’ ଭାବେ ପାଳନ କରାଯାଏ | ‘ଦ ୱାର୍ଲଡ ହାଇପର ଟେନସନ ଲିଗ’ ୨୦୦୫ରେ ପ୍ରଥମ ଥର ଏହି ଦିବସ ପାଳନ ଆରମ୍ଭ କରିଥିଲା | ୨୦୦୬ରୁ ପ୍ରତିବର୍ଷ ମେ’୧୭ ତାରିଖକୁ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି | ଆମ ଦେଶରେ ବର୍ଷରେ ପ୍ରାୟ ୧.୫ ମିଲିୟନ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡନ୍ତି | ଉଚ୍ଚ ରକ୍ତଚାପକୁ ‘ସାଇଲେଣ୍ଟ୍ କିଲର’ ବୋଲି ମଧ୍ୟ କୁହାଯାଏ | କାରଣ ଏହାର କିଛି ଲକ୍ଷଣ ହଠାତ ଜଣାପଡ଼ି ନ ଥାଏ | ସେଥିପାଇଁ ଏହାର ଚିକିତ୍ସା ଠିକ ସମୟରେ କରା ନ ଗଲେ ଜଣେ ମୃତ୍ୟୁମୁଖରେ ପଡ଼ିଥାନ୍ତି | ଏପରିକି ଏଥିଯୋଗୁଁ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି | ଜଣେ ବ୍ୟକ୍ତିର ସାଧାରଣ ରକ୍ତଚାପ ହେଉଛି ୧୨୦/୮୦ ଏମଏମଏଚଜି |

୧୨୦ରୁ୨୪୦ ଭିତରେ ରହିଲେ ଏହା ପ୍ରାଥମିକ ଅବସ୍ଥା ବୋଲି ଧରାଯାଏ | ରକ୍ତଚାପ ଏହି ସୀମାରେ ରହିଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ କରିବା ପାଇଁ କୁହାଯାଏ | ସେହିଭଳି ରକ୍ତଚାପ ସୀମା ୧୪୦/୯୦ରୁ ଅଧିକ ହେଲେ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ପାଇଁ କୁହାଯାଏ | ହାଇପରଟେନସନ ବା ଉଚ୍ଚ ରକ୍ତଚାପ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଅଧିକ ଦେଖାଯାଏ | ଆଜିକାଲି ୧୮ରୁ୫୦ ବର୍ଷ ବୟସର ବ୍ୟକ୍ତିମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି | ଉଚ୍ଚ ରକ୍ତଚାପ ହେବାର ଏକାଧିକ କାରଣ ରହିଛି | ଅସ୍ୱାଭାବିକ ଜୀବନଶୈଳୀ, ଅନୁୟନିତ ଖାଦ୍ୟପେୟ, ଧୂମପାନ ଯୋଗୁଁ ଉଚ୍ଚ ରକ୍ତଚାପ ହେବା ଆଶଙ୍କା ବୃଦ୍ଧି ପାଏ | ସେହିପରି ଅବସାଦ, ମେଦବହୁଳତା ଓ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଏହା ହୋଇପାରେ | ଏହା ମଧ୍ୟ ବଂଶଗତ, ଅର୍ଥାତ ପରିବାରର କେହି ଏଥିରେ ପୀଡିତ ଥିଲେ ସେମାନଙ୍କ ପିଲାମାନେ ଏଥିରେ ପୀଡିତ ହେବାର ଯଥେଷ୍ଟ ଆଶଙ୍କା ରହିଛି | ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ସହ ଅବସାଦରୁ ଦୁରେଇ ରହିବ, ଶରୀରକୁ ଫିଟ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ |

author

Related Articles

Leave a Reply

Your email address will not be published. Required fields are marked *