ବିଶ୍ୱ ଓଜୋନ୍ ଦିବସ

ବିଶ୍ୱ ଓଜୋନ୍ ଦିବସ


ଆଜି ସାରା ପୃଥିବୀ ପାଳୁଛି ବିଶ୍ୱ ଓଜୋନ୍ ଦିବସ । ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ସ୍ତରକୁ ସୁରକ୍ଷା ଦେବା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ଏହି ଦିନ ପାଳନ କରାଯାଉଛି । ବୈଜ୍ଞାନିକ ମତ୍ତନୁସାରେ ସୂର୍ଯ୍ୟାଲୋକରେ ଥିବା ମାରାତ୍ମକ ଅତିବାଇଗଣୀ ରଶ୍ମୀ କବଳରୁ ଆମକୁ ରକ୍ଷା କରିବା ପାଇଁ ଓଜୋନ୍ ସ୍ତର ଏକ ଢାଲ ଭାବେ କାମ କରିଥାଏ । ତେବେ ଆଜିକା ଯୁଗରେ କଳକରାଖାନା, ଗାଡି ଓ ଅନ୍ୟାନ୍ୟ ଦୂଷିତ ବାଷ୍ପ କାରଣରୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଲାଣି । ଯାହା ଓଜୋନ୍ ସ୍ତରକୁ ନଷ୍ଟ କରିବାକୁ ବସିଛି । ଓଜୋନ୍ ସ୍ତରରେ ଅବକ୍ଷୟ ଦେଖିବାକୁ ମିଳିଲାଣି । ସଚେତନ ମାଧ୍ୟମ ଏହି ସବୁ ରାସାୟନିକ କ୍ଷତିରୁ ୧ଜୋନ୍ ସ୍ତରକୁ ସୁରକ୍ଷା ଦେଇପାରିବା । ତେବେ ୧୯୮୫ ମସିଗୃହାରେ ଆଣ୍ଟାର୍କାଟିକା ଉପରେ ଓଜୋନ୍ ସ୍ତରରେ ଗର୍ତ୍ତ ଦେଖିବାକୁ ମିଳିଥିଲା ।ତେବେ ଯଦି ଅତ୍ୟଧିକ ଗର୍ତ୍ତ ହୁଏ ତେବେ ସୂର୍ଯ୍ୟଙ୍କର ଅଲଟ୍ରା ଭାଓଲେଟ୍ ରଶ୍ମୀ ଦ୍ୱାରା ସାରା ବିଶ୍ୱରେ କର୍କକ ଭଳି ମରାତ୍ମକ ରୋଗ ହେବା ନିଶ୍ଚିନ୍ତ ।

author

Related Articles

Leave a Reply

Your email address will not be published. Required fields are marked *