ବିଶ୍ୱ ଥାଲାସେମିଆ ଦିବସ

ବିଶ୍ୱ ଥାଲାସେମିଆ ଦିବସ

ପ୍ରତିବର୍ଷ ମେ’ ୮ ତାରିଖରେ ‘ବିଶ୍ୱ ଥାଲାସେମିଆ ଦିବସ’ ପାଳନ କରାଯାଏ | ୧୯୯୪ ମସିହାରୁ ଏହି ଦିବସକୁ ପାଳନ କରାଯାଉଛି | ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକତ୍ସା ସମ୍ପର୍କରେ ଅବଗତ କରାଇବା | ଥାଲାସେମିଆ ଏକ ରକ୍ତବିକାର ସମସ୍ୟା | ସାଧାରଣତଃ ଦୁଇ ପ୍ରକାରର ଥାଲାସେମିଆ ସମସ୍ୟା ରହିଛି | ଏହାକୁ ଆଲଫା ଏବଂ ବିଟା ଭାବେ ନାମିତ କରାଯଇଛି | ଏହା ଏକ ବଂଶାନୁଗତ ରୋଗ, ଯାହା ମାବାପାଙ୍କ ଠାରୁ ଏହା ପିଲାଙ୍କୁ ହୁଏ | ଥାଲାସେମିଆ ରୋଗ ଭୋଗୁଥିବା ବ୍ୟକ୍ତିର ଶରୀର ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ ତିଆରି କରିପାରେ ନାହିଁ | ଏହାଦ୍ୱାରା ଶରୀରରେ ଲୋହିତ ରକ୍ତ କାଣିବା ଠିକ ଭାବେ କାମ କରେ ନାହିଁ |ଲୋହିତ ରକ୍ତ କଣିକା ଶରୀରର ସମସ୍ତ କୋଷକୁ ଅମ୍ଳଜାନ ଯୋଗାଇଥାଏ |

ଯେତେବେଳେ ପର୍ଯ୍ୟାପ୍ତ ଲୋହିତ ରକ୍ତ କଣିକା ନ ଥାଏ ଶରୀରର ଅନ୍ୟ ସମସ୍ତ କୋଷକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିପାରେ ନାହିଁ | ଏହି କାରଣରୁ ଦୁର୍ବଳ ଲାଗିବା, ଥକ୍କା ଅନୁଭବ କରିବା, ପେଟରେ ଯନ୍ତ୍ରଣା, ତ୍ୱଚା ହଳଦିଆ ପଡିବା ଆଦି ସମସ୍ୟା ଦେଖାଯାଏ | ଏହା ରକ୍ତହୀନତାର ଏକ ଅବସ୍ଥା | ଗୁରୁତର ରକ୍ତହୀନତା ଶରୀରର ଅଙ୍ଗଗୁଡିକ କ୍ଷତି ପହଂଚାଇବା ସହ ଏହା ମୃତ୍ୟୁର କାରଣ ହୋଇପାରେ | ସାଧାରଣତଃ ସୁସ୍ତ ମନୁଷ୍ୟ ଶରୀର ଲୋହିତ ରକ୍ତ କାଣିବା ୧୨୦ ଦିନ ପର୍ଯ୍ୟନ୍ତ ରହିଥାଏ | ମାତ୍ର ଥାଲାସେମିଆରେ ଆକ୍ରାନ୍ତ ହେଲେ ଏହି ଲୋହିତ କଣିକା ୨୦ ଦିନ ପର୍ଯ୍ୟନ୍ତ ରହେ | ଏହି ରୋଗରେ ଶିକାର ପିଲାଙ୍କୁ ଅନେକସ୍ଥଳରେ ରକ୍ତର ଆବଶ୍ୟକତା ପଡିଥାଏ | ତେବେ ଥାଲାସେମିଆ ରୋଗୀଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ ଚିକିତ୍ସା ହେଉଛି ବ୍ଲଡ଼ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ | ଉଚିତ ସମୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା କର ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡିପାରନ୍ତି | ଥାଲାସେମିଆ ରୋଗୀ ପ୍ରଚୁର ପରିମାଣରେ ଆଇରନ, ଫଲିକ ଏସିଡ ଖାଦ୍ୟରେ ଖାଇବା ସହ ନିୟମିତ ହିମୋଗ୍ଲୋବିନ ପରୀକ୍ଷା କରାଇବା ଉଚିତ | ଏହି ରୋଗର ସଚେତନତା ନିହାତି ଜରୁରୀ |

author

Related Articles

Leave a Reply

Your email address will not be published. Required fields are marked *