ବିଶ୍ୱ ଯକୃତ ଦିବସ

ବିଶ୍ୱ ଯକୃତ ଦିବସ

ଭୁବନେଶ୍ୱର:

ପ୍ରତି ବର୍ଷ ଏପ୍ରିଲ ୧୯ ତାରିଖକୁ ବିଶ୍ୱ ଯକୃତ ଦିବସ ଭାବେ ପାଳନ କରାଯାଏ | ଯକୃତକୁ ସୁସ୍ଥ ତଥା ଏହା ସମ୍ବନ୍ଧୀୟ ବିଭିନ୍ନ ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ | ଯକୃତ ବିନା ଜୀବନଧାରଣ କରିବା ସମ୍ଭବ ନୁହେଁ | ମସ୍ତିସ୍କ ପରେ ଏହା ହେଉଛି ଶରୀର ଦ୍ୱିତୀୟ ଗୁରୁତ୍ତ୍ୱପୂର୍ଣ ଓ ଜଟିଳ ଅଙ୍ଗ | ଏହା ପାଚନକ୍ରିୟାରେ ସାହାଯ୍ୟ କରିଥାଏ | ଖାଦ୍ୟକୁ ହଜମ କରଇବା ସହ ଶରୀରରେ ପିତ୍ତ ସୃଷ୍ଟି ମଧ୍ୟ କରିଥାଏ | ଶରୀରରେ ବିଷାକ୍ତ ପଦାର୍ଥକୁ ଏହା ବାହାରକୁ ନିଷ୍କାସିତ କରିଥାଏ | ଯକୃତ ଶରୀରରେ ସଂକ୍ରମଣକୁ ରୋକିବା ସହ, ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ, ଶରୀରରେ ଚର୍ବି କମ କରିବା ସହ ପ୍ରୋଟିନ ତିଆରି କରିବାରେ ସାହାଯ୍ୟ କରେ | ଏସବୁ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ନିହାତି ଜରୁରି | ତେବେ ଉପଯୁକ୍ତ ଖାଦ୍ୟପାନୀୟ ଉପରେ ଧ୍ୟାନ ନ ଦେବା ଦ୍ୱାରା ଯକୃତ ଶୀଘ୍ର ଖରାପ ହୋଇଥାଏ | ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ଯକୃତ ନଷ୍ଟ ହୋଇଯାଇଥାଏ | ଯକୃତ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ | ଏଣୁ ଏ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ନିୟମିତ ଯୋଗ, ବ୍ୟାୟାମ ଉପରେ ସମସ୍ତଙ୍କୁ ଗୁରୁତ୍ୱ ଦେବା ଦରକାର | ଏହାବାଦ ଖାଦ୍ୟରେ ଅଲିଭ ତେଲ ସେବନ କରିବା, ନିୟମିତ ହଳଦୀ ଓ ରସୁଣ ଖାଇବା, ସେଓ, ଅଙ୍ଗୁର, ଅଖୋରାଟ୍ ସହ କାକମଚି, ଆଖୁରସ, ଭୁଇଁଅଁଳା, ଶ୍ୱେତ କୁରୁଣି ରସ ତଥା ସବୁଜ ପନିପରିବା ଖାଇ ଯକୃତକୁ ସୁସ୍ଥ ରଖିହେବ |

author

Related Articles

Leave a Reply

Your email address will not be published. Required fields are marked *