ବିଶ୍ୱ ରେଡ଼କ୍ରସ ଦିବସ

ବିଶ୍ୱ ରେଡ଼କ୍ରସ ଦିବସ

ପ୍ରତିବର୍ଷ ମେ’ ୮ ତାରିଖକୁ ସାରା ବିଶ୍ୱରେ ରେଡ଼କ୍ରସ ଦିବସ ପାଳନ କରାଯାଏ | ୧୮୨୮ ମସିହା ଏହି ଦିନରେ ରେଡ଼କ୍ରସର ପ୍ରତଷ୍ଠାତା ହେନେରୀ ଡୁନାଣ୍ଟ ଜନ୍ମଗ୍ରହଣ କରିଥିଲେ | ସେ ଇଣ୍ଟରନ୍ୟାସନାଲ କମିଟି ଅଫ ରେଡ଼କ୍ରସର ପ୍ରତିଷ୍ଠାତା ଥିଲେ | ଏହି ସଂଗଠନ ସଶସ୍ତ୍ର ହିଂସା, ଯୁଦ୍ଧ ପୀଡିତ ତଥା ଯୁଦ୍ଧ ବନ୍ଦୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ | କେବଳ ସେତିକି ନୁହେଁ, ଏହା ଆଇନ ସହାୟତା ମଧ୍ୟ ଯୋଗାଇ ଦେଇଥାଏ | ରେଡ଼କ୍ରସର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ରହିଛି | ପ୍ରଥମ ବିଶ୍ୱଯୁଦ୍ଧ ପରେ ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତି ପ୍ରତିଷ୍ଠା କରିବା ଉଦେଶ୍ୟରେ ‘ରେଡ଼କ୍ରସ ଟ୍ରୁସ୍’ ଅଭିଯାନ ଆରମ୍ଭ କରାଯାଇଥିଲା | ସରକାରୀ ସ୍ତରରେ ରେଡ଼କ୍ରସ ଦିବସର ନାମ ବହୁବାର ପରିବର୍ତ୍ତନ କରାଯିବା ପରେ ୧୯୮୪ରେ ‘ୱାର୍ଲଡ ରେଡ଼କ୍ରସ ଆଣ୍ଡ ରେଡକ୍ରିସେଣ୍ଟ ଡେ’ ରଖାଯାଇଥିଲା ଯାହା ଏବେ ଏହି ନାମରେ ପାଳନ କରାଯାଉଛି | ହେନେରୀ ଡୁନାଣ୍ଟ ପିଲାଟି ଦିନରୁ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ | ସେ ମୃତ୍ୟୁ ପର୍ଯ୍ୟନ୍ତ ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ | ବିଶେଷକରି ପ୍ରାକୃତିକ ବିପର୍ଯୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣାରେ ପିଟିତ ଲୋକଙ୍କୁ ସାହାଯ୍ୟ ଯୋଗେଇବ ଉଦ୍ଦେଶ୍ୟରେ ସେ ରେଡ଼କ୍ରସ ଗଠନ କରିଥିଲେ | ଭାରତରେ ୧୯୨୦ ମସିହାରେ ଦିଲ୍ଲୀଠାରେ ପ୍ରଥମ ଥର ପାଇଁ ଇଣ୍ଡିଆନ ରେଡ଼କ୍ରସ ସୋସାଇଟି ଗଠନ କରାଯାଇଥିଲା ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ଼କ୍ରସର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *