ବୁଡିବାକୁ ବସିଲାଣି କୌଳିକ ବୃତ୍ତି

ବୁଡିବାକୁ ବସିଲାଣି କୌଳିକ ବୃତ୍ତି

ବୁଡି ଗଲାଣି କୁମ୍ଭକାର ର ବେଉଷା ହଜି ଗଲାଣି ମାଟି ପାତ୍ର ର ଦୀପ,ବିଭାଘର ରେ ଯେଉଁ ସାତ ଦୀପ ଓ କଳସୀ କୁ ସାକ୍ଷୀ ରଖି ବୈବାହିକ ଜୀବନ ର ଆରମ୍ଭ ହୁଏ ଆଉ ଦୀପ କି କଳସୀ ଦେଖିବାକୁ ଏବେ ସାତ ସପନ, ହଜି ଗଲାଣି କୁମ୍ଭାର ବେଉଷା l ରାତି ପାଇଲେ ଆଲୋକର ପର୍ବ ଦୀପାବଳି, ଅନ୍ଧାର ଉପରେ ଆଲୋକର ବିଜୟ ର ଏହି ପର୍ବ l ଦୀପ ଆଲୁଅ ରେ ଝଲସିବ ଅମାବାସ୍ୟା ର ଅନ୍ଧକାର ରାତି , ଘରେ ମାଟି ଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ , କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭକାର ଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାର କୁ ଦୂର କରିବାକୁ କେହି ମଧ୍ୟ ଚିନ୍ତା କରନ୍ତି ନାହିଁ l ଏଵେ ଆଧୁନିକତା ଚାକଚକ୍ୟ ରେ ହଜିଯାଇଛି ମାଟିଦୀପ ଓ ତାର ଚାହିଦା l ଯାହାକୁ ନେଇ ଚିନ୍ତାରେ ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମର 80 ରୁ ଉର୍ଦ୍ଧ ମାଟି କାରିଗର l

ପରିବର୍ତନ ଦୁନିଆରେ ସହର ହେଉ ବା ଗାଁ ବସବାସ କରୁଥିବା ଲୋକେ ଏଵେ ମାଟି ଦୀପରୁ ମୁହଁଫେରାଇ ନେଇ ଚାଇନା ଲାଇଟି ଆଡକୁ ମୁହାଁଉଛନ୍ତି, ଫଳରେ କୁମ୍ଭକାର ପରିବାର ବେଉସା ହରାଉଛନ୍ତି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାରିଷଦ ଫକୀରପୁର ଅଂଚଳର ମାଟି ଦୀପ କାରିଗର ମାନେ ଦୀପାବଳି ପାଇଁ ଭଳିକି ଭଳି ମାଟିର ତିଆରି ରଙ୍ଗ ବେରଙ୍ଗ ଦୀପ ତିଆରି ଲାଗିପଡିଛନ୍ତି l କିନ୍ତୁ ଏହି ଦୀପ ବିକ୍ରି ହେବକି ନାହିଁ ତାହାକୁ ନେଇ ଚିନ୍ତାରେ କାରିଗର l ଗୋଟେ ପଟେ ଚାଇନା ଲାଇଟି ଚାହିଦା ଅନ୍ୟ ପଟେ ଏହି ମାଟି କାରିଗର ର ପୁରା ପରିବାର ଲାଗି ପଡିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି l ଏ ନେଇ ଫକୀରପୁର ଗ୍ରାମର ଦୀପ କାରିଗର ଅନାଦି ସାହୁ କହିଛନ୍ତି l ଦୀପାବଳି ପାଇଁ ଆମେ ମାଟି ଦୀପ ତିଆରି କରିଛୁ କିନ୍ତୁ ତାହା ସମ୍ପୂର୍ଣ ବିକ୍ରି ହୋଇ ପାରୁନାହିଁ, ଫଳରେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ରହିଛୁ l

ସରକାର କୁମ୍ଭକାର ପରିବାର କୌଣସି ପ୍ରକାର ସହାୟତା କରୁନାହାନ୍ତି, ମାଟି ଦୀପ ରୁ ମୁହଁ ଫେରାଇ ନେଇ ଲୋକ ମାନେ ଚାଇନା ଲାଇଟି ଆଡକୁ ମୁହାଁଉଛନ୍ତି, ପୂଜା ପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ଯ୍ୟରେ ମାଟିଦୀପ ଚାହିଦା ଅଧିକ ରହିଥାଏ କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ଭକାର ବୃତ୍ତି ଜୀବି ଏଵେ ସଙ୍କଟରେ ଗତି କରୁଛନ୍ତି l ଅଧିକ ପରିଶ୍ରମ ଲାଭ କମ୍ ଉଚିତ ପରିମାଣ ମାଟି ମଧ୍ୟ ପୂର୍ବଭଳି ମିଳୁନି, ଏପଟେ ପରିବାର ପ୍ରତିପୋଷଣ ସମସ୍ୟା ଉପୁଜୁଥିବା ବଳେ, ଆବାସ ଘର ଖଣ୍ଡିଏ ପାଇଁ 3 ବର୍ଷ ତଳୁ ପକେଇ ଥିଲେ ମଧ୍ୟ ଏ ପ୍ରଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିନାହିଁ, ଫଳରେ ଚିରା ଫଟା ଜରି ଢାଙ୍କି ବାସ କରୁଛନ୍ତି କୁମ୍ଭାର ପରିବାର l ସରକାର ଏହି କୁମ୍ଭାର ପରିବାର ପ୍ରତି ଦୃଷ୍ଟି ଦେଇ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *