ବୁଡିଯିବ କି ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ !

ବୁଡିଯିବ କି ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ !

ବିଜୁ ଜନତା ଦଳ ଉପରେ ପଡୁଛି ଅସନ୍ତୋଷ ନେତାମାନଙ୍କ ଦୃଷ୍ଟି । ହଁ ଦର୍ଶକବନ୍ଧୁ ପର୍ଯ୍ୟାୟକ୍ରମେ ଦଳର ଟିକେଟ ବଣ୍ଟା କାର୍ଯ୍ୟକ୍ରମ ଚାଲିଛି । ଏହାରି ଭିତରେ ସମ୍ୱଲପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଚାହୁଁଥିଲେ ରେଢାଖୋଲ ହେଲେ ପାଇଲେ ସମ୍ୱଲପୁର । ଟିକେଟ ନ ପାଇକି ଯେତେ ଅସନ୍ତୁଷ୍ଟ ନଥିଲେ ଆଶା ମୁତାବକ ଆସନ ନ ମିଳିବାରୁ ବୋଧ ହୁଏ ଅଧିକା ଅସନ୍ତୋଷ ରହିଛନ୍ତି । ଏତେ ଲବି କରିବା ପରେ ବି କାହିଁକି ବଦଳିଲା ଟିକେଟ । କାହିଁକି ପ୍ରସନ୍ନଙ୍କୁ ଦିଆଗଲା ସମ୍ୱଲପୁର ବିଧାନସଭା । ଏନେଇ ଉଠୁଛି ଅନେକ ପ୍ରଶ୍ନ । ଅନ୍ୟପଟେ ବିଜେପିରୁ ସମ୍ୱଲପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜୟନାରାୟଣ ମିଶ୍ର ।

ରୋଚକ ହେଉଛି ସମ୍ୱଲପୁରର ରାଜନୈତିକ ସ୍ଥିତି । ସମ୍ୱଲପୁର ଲୋକସଭାରୁ ଧର୍ମେନ୍ଦ୍ର ବନାମ ବବି ଫାଇଟ । ଅନ୍ୟପଟେ ବିଧାନସଭାରୁ ଜୟନାରାୟଣ ବନାମ ପ୍ରସନ୍ନ ଲଢେଇ । ରାଜ୍ୟରେ ରାଜନୈତିକ ତାତି ବଢିବା ସହିତ ସମ୍ୱଲପୁରକୁ ନେଇ ଗେମ ପ୍ଲାନ କରୁଛନ୍ତି ରାଜନୈତିକ ଦଳ । 24 ନିର୍ବାଚନରେ ରୋଚକ ହେବ ସମ୍ୱଲପୁର ଲଢେଇ । ସମ୍ୱଲପୁରରୁ ଜୟନାରାୟଣ ତିନି ତିନି ଥର ବିଧାୟକ ହୋଇଛନ୍ତି । କିନ୍ତୁ 2014 ମସିହାରୁ ଏହି ଆସନ ବିଜେଡି ଦଖଲରେ ରହିଛି । 2019ରେ ବରଗଡ ଲୋକସଭାରୁ ନିର୍ବାଚନ ଲଢି ହାରିଥିଲେ ପ୍ରସନ୍ନ । ବିଧାନସଭା, ଲୋକସଭା ଓ ରାଜ୍ୟସଭା ଯାଇ ସାରିଥିବା ପ୍ରସନ୍ନ 2014 ପରଠାରୁ ଆଉ ବିଜୟର ସ୍ୱାଦ ଚାଖିନାହାନ୍ତି । ଜଣେ ବରିଷ୍ଠ ନେତା ହେତୁ ତାଙ୍କର ଦଳରେ ଦବଦବା ରହିଛି । ତେଣୁ ସୁପ୍ରିମୋ ତାଙ୍କୁ ବିରୋଧି ନେତା ଜୟନାରାୟଣ ମିଶ୍ରଙ୍କ ବିପକ୍ଷରେ ସମ୍ୱଲପୁରରୁ ପ୍ରାର୍ଥୀ କରାଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି କି ରେଢାଖୋଲ ପାଇଁ ଲବି କରୁଥିବା ପ୍ରସନ୍ନ ସମ୍ୱଲପୁର ବିଧାନସଭାରେ ବିଜୟର ସ୍ୱାଦ ଚାଖିପାରିବେ କି ନାହିଁ । ଦଳ ଉପରେ ଅସନ୍ତୋଷ ହେତୁ ଏହା ଆଗାମୀ ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପକାଇବ କି । ତେବେ ନିଜ ଗଡ ଛାଡି ସମ୍ୱଲପୁରରେ ପ୍ରାର୍ଥୀ ହେବା ପରେ କଣ ହେବ ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *