ବୃଦ୍ଧି ହେଲା ଗ୍ୟାସ ଦର

ବୃଦ୍ଧି ହେଲା ଗ୍ୟାସ ଦର

ଆଜି ସଂସଦ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଆଗତ କରିବେ । ବଜେଟ ଆଗତ ହେବା ପୂର୍ବରୁ ଏକ ପ୍ରକାର ଝଟକା ଲାଗିଛି । ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବଢିଛି । ଏହାସହ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ଏହା ପୂର୍ବରୁ ଏଲପିଜି ଦର ବୃଦ୍ଧି ହୋଇଛି । ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।

author

Related Articles

Leave a Reply

Your email address will not be published. Required fields are marked *