ବେଆଇନ ଦେଶୀ ମଦ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ

ବେଆଇନ ଦେଶୀ ମଦ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ

ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ପକ୍ଷରୁ ବେଆଇନ ମଦ ପ୍ରସ୍ତୁତି ସ୍ଥନାରେ ଚଢ଼ାଉ କରାଯାଇଛି l ଆସିକା ବ୍ଲକ ର ବାଲିସିରା ଗ୍ରାମ ନକଟ ରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି ଭାଟି ରେ ଆଜି ଅବକାରୀ ବିଭଗ ଚଢ଼ାଉ କରି 6200 ଲିଟର ପୋଚ ନଷ୍ଟ କରିବା ସହ 320 ଲିଟର ମଦ ସହ ଦୁଇଜଣ ଙ୍କୁ ଗିରଫ କରାଯାଇଛି l ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ରହିଥିବା ବେଳେ ସେମାନଙ୍କ ନାମ ବୀଣା ପାଲି ଓ ଗଣ୍ଡା ପାଲି ହୋଇଥିବା ଜଣାପଡିଛି l ଗିରଫ ଦୁଇଜଣ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆସିକା ଅବକାରୀ ବିଭାଗ ଇନ୍ସପେକ୍ଟର ଡମ୍ବୁରଧର ହରିଜନ l ତେବେ ଚିକିଟି ମଦ ମୃତ୍ୟୁ ପରେ ଅବକାରୀ ବିଭାଗ ଆକ୍ସନ ମୋଡ଼ କୁ ଆସିଛି l ଅବକାରୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଅଞ୍ଚଳରେ ହେଉଥିବା ଚୋରା ମଦ କାରବାର ରୋକିବା ଲାଗି ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *