ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ଅନୁଭବ !

ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ଅନୁଭବ !

ରାଜ୍ୟରେ ଚାଲିଛି ପ୍ରାର୍ଥୀ ଘୋଷଣା ରେସ । ପ୍ରତିଦ୍ୱନ୍ଦିତା ଭାବରେ ପ୍ରାର୍ଥୀ ଘୋଷଣା କରୁଛନ୍ତି ବିଜେଡି ଓ ବିଜେପି । ଶନିବାର 8ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି । ହଁ ଦର୍ଶକବନ୍ଧୁ ଯେଉଁ ଅରିନ୍ଦମଙ୍କୁ ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିଲା । ଅନେକ କଥା ଉଠୁଥିଲା ଯେ ତାଙ୍କୁ ଟିକେଟ ନ ମିଳିପାରେ । ବିଜେପି ତାଙ୍କୁ ଭଣ୍ଡେଇ ଦେଇପାରେ । ହେଲ ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଜେପିରୁ ସାଲେପୁର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଅରିନ୍ଦମ ରାୟ । ଟିକେଟ ଆସା ନେଇ ବିଜେପିରେ ମିଶିଥିଲେ ଏବଂ ଟିକେଟ ମଧ୍ୟ ମିଳିଗଲା । ତେବେ ଚର୍ଚ୍ଚା ବିଜେଡି ଛାଡି ଆସିଥିବା 4ସିନେ ଷ୍ଟାରଙ୍କ ମଧ୍ୟରୁ ବିଜେପି ଅରିନ୍ଦମ,ଆକାଶ ଓ ସିଦ୍ଧାନ୍ତଙ୍କୁ ଟିକେଟ ଦେଲା । କିନ୍ତୁ ବାକି ରହିଗଲେ ଅନୁଭବ ମହାନ୍ତି । ବିଜେଡି ଟିକେଟରେ କେନ୍ଦ୍ରାପଡାର ସାଂସଦ ହୋଇଥିବା ଅନୁଭବ ମହାନ୍ତି ଏବେ ପଦ୍ମ ଶିବିରରେ । ଅନୁଭବଙ୍କୁ ନେଇ ବିଜେପି ଶିବିରରେ କସରତ ଚାଲିଛି । ବିଜେପିର ଆଉ 8ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଭାକି ରହିଲା । ତା ମଧ୍ୟରେ ଅନୁଭବଙ୍କୁ ମିଳିବ କି ନାହିଁ ସେଇଟା ସମୟ କହିବ । ଅନ୍ୟପଟେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ଅନୁଭବ ମହାନ୍ତି । ତେଣୁ ଚର୍ଚ୍ଚା ହେଉଛି କି ଅନୁଭବଙ୍କ ପରି ଜଣେ ସୁପରଷ୍ଟାରଙ୍କୁ ବିଜେପି ଟିକେଟ ଦେଇପାରେ । ତେଣୁ ଗୋଟିଏ ଟାଣୁଆ ଆସନରୁ ଲଢି ପାରନ୍ତି ବିଜେପି ନେତା ଅନୁଭବ ମହାନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରିବ ଅନୁଭବଙ୍କୁ ନେଇ ଅଙ୍କ କଶା ।

author

Related Articles

Leave a Reply

Your email address will not be published. Required fields are marked *