- ନିର୍ମଳା ଆଣିଲେ ବଜେଟ୍,ରାଗି ପାଚି ଲାଲ୍ ମମତା ଦିଦି
- ବଜେଟକୁ ଅଳିଆ କହି ବର୍ଷିଲେ ଦିଦି
- କହିଲେ ମୋଦିଙ୍କ ଦିଗହୀନ ବଜେଟ, ପଶ୍ଚିମବଙ୍ଗକୁ କିଛି ନାହିଁ
ହଁ ଦର୍ଶକବନ୍ଧୁ ଗତକାଲି ଅର୍ଥାତ୍ ଫେବୃୟାରୀ ରବିବାର 1 ତାରିଖରେ ଦେଶର 2026-27 ଆର୍ଥିକ ବର୍ଷ ପାଇଁ ସାଧରଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଆଗତ ହୋଇଥିବା ବଜେଟକୁ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏର ନେତାମାନେ ଏହାକୁ ପ୍ରଂଶସା କରିବା ସହିତ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାକୁ ପ୍ରଂଶସା କରିବା ସହିତ ଏହା ଏକ ଦୃଢ ପଦକ୍ଷେପ ବୋଲି କହିଛନ୍ତି । ହେଲେ ଏହି ବଜେଟକୁ ସମାଲୋଚନା କରିଛନ୍ତି କଂଗ୍ରେସ ସମତେ ଅନ୍ୟ ବିରୋଧି ଦଳ । ଓଡିଶାର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆଗତ ହୋଇଥିବା ବଜେଟକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି କେବଳ ନବୀନ ନୁହଁନ୍ତି ବରଂ ମମତା ଦିଦିଙ୍କ ଏହାକୁ ଅଳିଆ ସହିତ ତୁଳନା କରିଛନ୍ତି । ନିଜର ଆକ୍ରୋଶ ପ୍ରକାଶ କରି ଏହି ବଜେଟକୁ ଦିଗହୀନ କହିବା ସହିତ ଅଳିଆ ସହିତ ତୁଳନା କରିଛନ୍ତି । ଏପରିକି ଏହି ବଜେଟରେ ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର କିଛି ଦେଇନଥିବା ଉଲ୍ଲେଖ କରିଛନ୍ତି ମମତା ଦିଦି । ଏମିତିକି ଅର୍ଥନୈତିକ କରିଡର ଘୋଷଣାକୁ ସେ “ଆବର୍ଜନା” ସହ ତୁଳନା କରିଛନ୍ତି ।
ସେହିପରି କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସରକାର ଅର୍ଥନୀତିକୁ କୂଅରେ ଠେଲିବାକୁ ବସିଛି । କଂଗ୍ରେସ ନିଜର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି ଯେ ମୋଦିଙ୍କ ନକଲି ବଜେଟ ଯୋଗୁଁ ସେୟାର ବଜାର କ୍ରାସ୍ ହୋଇଛି । ସରକାର ନକଲି ବଜେଟ ଆଣି ଭଲରେ ଭୂଆଁ ବୁଲାଉଥିବା କହି ମଧ୍ୟ କେତେକ ନେତା ପ୍ରବଳ ବର୍ଷିଛନ୍ତି । ତେବେ ଆଗତ ହୋଇଥିବା ବଜେଟରେ କେନ୍ଦ୍ର ସରକାର ବଡ ବଡ ଘୋଷଣା କରିବା ସହିତ ଆଗାମୀ ଦିନରେ କେଉଁ ସବୁ ଜିନିଷ ଶସ୍ତା ହେବ ଏବଂ କେଉଁ ସବୁ ଜିନିଷ ମହଙ୍ଗା ହେବ ସେନେଇ ମଧ୍ୟ ଘୋଷଣା କରାଯାଇଛି ହେଲେ ବଜେଟକୁ ନେଇ ବିରୋଧିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
