ବେଦବ୍ୟାସ ମନ୍ଦିରରେ ପୂଜାକଲେ ରାହୁଲ ଗାନ୍ଧୀ

ବେଦବ୍ୟାସ ମନ୍ଦିରରେ ପୂଜାକଲେ ରାହୁଲ ଗାନ୍ଧୀ

ଆଜି ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଦିତ୍ୱୀୟ ଦିନ । ଦ୍ୱିତୀୟ ଦିନରେ ବେଦବ୍ୟାସ ମନ୍ଦିରରେ ମହାଦେବଙ୍କ ପୂଜା କରିବା ପରେ ରାଉରକେଲା ଉଦିତନଗର ଏସପି ଅଫିସ ସମ୍ମୁଖରୁ ପଦଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ଗାନ୍ଧୀ ପରିବାରର ପ୍ରଥମ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ପଦଯାତ୍ରା ପାନପୋଷ ଛକରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସଧାରଣଙ୍କୁ ସମ୍ବୋଧିତ କରିବେ । ଏହା ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।ପରେ ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ବଡ଼ଗାଁଠାରେ ମଧ୍ୟ ଜନସାଧାରଣକୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢେ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ୍ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲିଠାରେ ରାହୁଲ ରାତ୍ରିଯାପନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *