ବେନାମୀ ଧନର ମୂଳ ଉତ୍ସ କେଉଁଠି ?

ବେନାମୀ ଧନର ମୂଳ ଉତ୍ସ କେଉଁଠି ?
The Minister of State for Petroleum and Natural Gas (Independent Charge), Shri Dharmendra Pradhan addressing a press conference, in New Delhi on November 09, 2016.

ଓଡିଶାରୁ ଏତେ ପରିମାଣର ଟଙ୍କା ଜବତ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଭଳି ରାଜ୍ୟରୁ ଶହ ଶହ କୋଟି ଟଙ୍କା ଜବତ ହେବ ଖବର ବିସ୍ମିତ କରିଛି ବୋଲି ସେ କହିଛନ୍ତି। ଏତେ ପରିମାଣର ବେନାମୀ ଅର୍ଥ ଜବତ ହେବେ ଚିନ୍ତାର ବିଷୟ। ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଘଟଣାର ସତ୍ୟାସତ୍ୟ କଣ? ଜବତ କଳାଧନ ସହ ଓଡିଶାର କିଛି ମୁଷ୍ଟିମେୟ ଲୋକଙ୍କ ସଂପର୍କ ରହିଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା ଲୋକମାନେ ଏହି ଘଟଣାରେ ଚୁପ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ଦେଶର ଜନସାଧାରଣ ଏବେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି। ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ ଅର୍ଥ ଅସୁଲ କରାଯିବ। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

author

Related Articles

Leave a Reply

Your email address will not be published. Required fields are marked *