ବେଶ ଜମୁଛି କଟକ ଓ ଭୁବନେଶ୍ୱରର ବାଲିଯାତ୍ରା

ବେଶ ଜମୁଛି କଟକ ଓ ଭୁବନେଶ୍ୱରର ବାଲିଯାତ୍ରା

ଆରମ୍ଭ ହୋଇଯାଇଛି ଓଡିଶା ପ୍ରସିଦ୍ଧ କଟକ ବାଲିଯାତ୍ରା । ବାଲିଯାତ୍ରାର ବାଇକ ଷ୍ଟଣ୍ଟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ମାତ୍ର 50 ଟଙ୍କାରେ ଦର୍ଶକ ଏହାର ମଜା ନେଉଛନ୍ତି । କିନ୍ତୁ ଏବେ ପୁଣି ବାଇଟ୍ ଷ୍ଟଣ୍ଟ ଆରମ୍ଭ ହୋଇଛି । କିନ୍ତୁ ଏମାନେ ବିନା ସେଫ୍ଟି ଜ୍ୟାକେଟରେ ବାଇକ ଚଳାଉଛନ୍ତି । ସେହିପରି ଭୁବନେଶ୍ୱରେ ଧୁମଧାମରେ ଚାଲିଛି ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ଜମୁଚି ଲୋକଙ୍କ ଭିଡ । ଡିସେମ୍ବର ୫ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ ୧୨ ଶହ ଦୋକାନ ପଡିଛି । ସନ୍ଧ୍ୟା ହେଲେ ଲୋକଙ୍କ ଅଧିକ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାରର ଖାଦ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *