ବିଜେପି ରାଷ୍ଟ୍ରୀୟ ଅଧକ୍ଷ ବୈଜୟନ୍ତ ପଣ୍ଡା ତଥା ସମ୍ୱଲପୁର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ବଡ ଦାୟିତ୍ୱ । ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟ ପାଇଁ କେନ୍ଦ୍ର ସରକାର ପରାମର୍ଶ ଦାତା କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଅର୍ଥ ମନ୍ତ୍ରାଳୟ ପାଇଁ କେନ୍ଦ୍ର ସରକାର ପରାମର୍ଶଦାତା କମିଟିରେ ସ୍ଥାନ ପାଇଛନ୍ତି ବୈଜୟନ୍ତ ପଣ୍ଡା । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ସେମାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଲୋକସଭାରୁ ୧୪ ଜଣ ଓ ରାଜ୍ୟସଭାରୁ ୮ ଜଣ ସାଂସଦଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଲୋକସଭାରୁ ୧୪ ଜଣ ସାଂସଦ ସଦସ୍ୟ ଭାବେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବୈଜୟନ୍ତ ପଣ୍ଡା ମଧ୍ୟ ଅଛନ୍ତି।
You can share this post!
author