ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର । ରାଜ୍ୟରେ ପ୍ରାୟ ବିଧାନସଭା କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ର ବିଜେଡିର ଗଡ ଭାବରେ ରହିଥାଏ । ସେହିପରି ଗୋଟିଏ ସଂସଦୀୟ କ୍ଷେତ୍ର ହେଉଛି କେନ୍ଦ୍ରପଡା । 2019 ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ମୁହାଁମୁହିଁ ହୋଇଥିଲେ ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡା ଏବଂ ବିଜେଡିର ନେତା ଥିବା ଅନୁଭବ ମହାନ୍ତି । ବୈଜୟନ୍ତଙ୍କୁ ହରାଇ ଅନୁଭବ ବିଜୟର ମୁକୁଟ ପିନ୍ଧିଥିଲେ । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ କିଛି ଭିନ୍ନ ଲଢେଇ ଦେଖିବେ କେନ୍ଦ୍ରାପଡା ବାସୀ । ଭାରତୀୟ ଜନତା ପାର୍ଟି ପୁଣିଥରେ ଏହି ଆସନରୁ ବୈଜୟନ୍ତ ପଣ୍ଡାଙ୍କୁ ରିପିଟ କରାଇଛି । ଗୋଟିଏ ଥର ପରାଜୟ ସ୍ୱୀକାର କରିଥିବା ବୈଜୟନ୍ତ ଏଥର ନିର୍ବାଚନରେ ଜିତିବା ଲକ୍ଷ୍ୟରେ । ଅନ୍ୟପଟେ ବିଜେଡି ଏଠାରେ ନୂଆ ପ୍ରାର୍ଥୀ ଦେଇଛି ଅନୁଭବ ବିଜେଡିରୁ ଇସ୍ତଫା ଦେବା ପରେ ଦଳ ଏଠାରେ ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି । କଂଗ୍ରେସର ଟାଣୁଆ ନେତା ଥିବା ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଏବଂ ତାଙ୍କୁ କେନ୍ଦ୍ରାପଡାରୁ ସାଂସଦ ଟିକେଟ ମଧ୍ୟ ମିଳିଛି । ଜୋର ଧରିଲାଣି ଉଭୟ ନେତାଙ୍କ ନିର୍ବାଚନୀ ପ୍ରଚାର । କିନ୍ତୁ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଏବେ କିଛି ଦିନ ପାଇଁ ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିଛନ୍ତି । ଅନ୍ୟପଟେ ଅଂଶୁମାନ ଏହାର ସୁଯୋଗ ନେଇ ନିଜେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ କିଏ ବାଜିମାତ କରିବ ।
You can share this post!
author