ବୈଶ୍ୟାଳୟ ମାଟିରେ ଗଢା ହୁଏ ମାଙ୍କ ମୂର୍ତ୍ତି

ବୈଶ୍ୟାଳୟ ମାଟିରେ ଗଢା ହୁଏ ମାଙ୍କ ମୂର୍ତ୍ତି

ହସିଲାଣି କାଶତଣ୍ଡି, ଆସିଲାଣି ପାର୍ବଣର ରୁତୁ । ପାର୍ବଣରେ ମାଦୁର୍ଗା ପୂଜାର୍ଚ୍ଚନା ପାଇଁ ପୁରପଲ୍ଲୀରେ ଚଳଚଂଚଳ ଦେଖାଗଲାଣି । ତେବେ କଣ ଆପଣ ଜାଣନ୍ତି ଏହି ମାଙ୍କ ମୂର୍ତ୍ତି ୁ ଗଢିବା ପାଇଁ ପ୍ରଥମ ମାଟି କେଉଁଠୁ ଆସେ । ତେବେ ଆମେ ଶୁଣିଛେ ମାଙ୍କ ମୂର୍ତ୍ତି ପାଇଁ ପ୍ରଥମ ମାଟିି ବୈଶ୍ୟା ଶାଳରୁ ଆସିଥାଏ । କାରଣ ମାଁ ଦୁର୍ଗା ହେଉଛନ୍ତି ଆଦିଶକ୍ତି । ମା ଦୁର୍ଗା ପବିତ୍ର ସତୀଙ୍କ ଅବତାର । ଏହି ପବିତ୍ର ପୂଜାରେ ବୈଶ୍ୟା ଶାଳରୁ ମାଟି କିପରି ଆସେ ନିହାତି ଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବ । ତେବେ ସମାଜରେ ବୈଶ୍ୟା ବୃତ୍ତିକୁ ଘୃଣା କରାଯାଏ । ସମାଜରେ ସେମାନଙ୍କୁ ନୀଚ, ଅପବିତ୍ର, ଚରିତ୍ର ହୀନ, ଖରାପ ନଜରରେ ଦେଖାଯାଏ । ତେବେ ମା ଦୁର୍ଗାଙ୍କ ପାଇଁ କେମିତି ଅପବିତ୍ର ବୈଶ୍ୟାଳୟରୁ ମାଟି ଆସୁଛି ? ଘଟଣାରେ ଅବିଶ୍ୱଶନୀୟ ଲାଗିଲେ ବି ସତ । ଯାହାକୁ ସମାଜ ଅପବିତ୍ରର ଆଖ୍ୟ ଦେଇଛି ସେହି ଅପବିତ୍ର ବୈଶ୍ୟା ଶାଳରୁ ମାଟି ଆସି ମାଙ୍କମୂର୍ତ୍ତି ନିର୍ମାଣ କରାଯାଏ । ତେବେ କାହିଁକି ବୈଶ୍ୟା ଶାଳ ମାଟି ରେ ମାଙ୍କ ମୂର୍ତ୍ତି ଗଢାହୁଏ ।

ହଁ ଆଜ୍ଞା ଏଥିପାଇଁ ପୁରାଣ ବର୍ଣ୍ଣିତ କାହାଣୀ ମଧ୍ୟ ରହିଛି । କୁହାଯାଏ ଜଣେ ବୈଶ୍ୟା ମା ଦୁର୍ଗଙ୍କୁ ଭକ୍ତି ସହକାର ସଦା ସର୍ବଦା ପୂଜା କରୁଥିଲେ । କିନ୍ତୁ ଜଣେ ବୈଶ୍ୟା ହେବା କାରଣରୁ ସମସ୍ତେ ତାଙ୍କ ପୂଜାକୁ ତିରସ୍କାର କରିବା ସହ ଅପବାଦ ଦେଉଥିଲେ । ଜଣେ ବୈଶ୍ୟା ହେବା କାରଣରୁ କଣ ମାଙ୍କ ପୂଜା କରି ପାରିବେନି । ତାଙ୍କ ଭକ୍ତି ଭାବନାକୁ କେହି କଣ ପାଇଁ ବୁଝିପାରୁନାହାନ୍ତି । ଏହା ଭାବି ଭାବି ଶୋଇଲେ ସକାଳୁ ମାଙ୍କ ପୂଜା କରିବାକୁ ଗଲା ବେଳେ ମାଁ ଆର୍ବିଭାବ ହୋଇ ଆଶୀର୍ବାଦ ଦେଇ କହିଲେ ଆଗକୁ ମୋ ପୂଜାରେ କିଛି ଆୟୋଜନ ହୁଏ ତାହାଲେ ପ୍ରଥମେ ବୈଶ୍ୟା ଶାଳରୁ ମାଟି ଯିବ ସେହି ଦିନଠୁ ବୈଶାଳୟର ମାଟିରେ ମାଙ୍କ ମୂର୍ତ୍ତିଗଢା ହେଉଛି । ଅନ୍ୟଏକ କଥାନୁସାରେ, ଜଣେ ରୁଷି ମାଙ୍କ ପୂଜା କରିବା ପାଈ କୁମ୍ଭାରଠୁ ମାଙ୍କ ମୂର୍ତ୍ତି ଗଢାଇଥିଲେ ।

ମାଙ୍କ ସୁନ୍ଦର ମୂର୍ତ୍ତି ତିଆରି ହୋଇଥିବାରୁ ରୁଷି ଜଣଙ୍କ ଗର୍ବ କରିବାରୁ ମା ସ୍ୱପ୍ନାଦେଶ କରି କହିଲେ ଗର୍ବରେ ମୂର୍ତ୍ତି ତିଆରି କରିଛ ସେହି ମୂର୍ତ୍ତି ତମେ ପୂଜା କଲେ ମୁଁ ଶାନ୍ତି ହେବିନି । ମା ଆଦେଶ ଦେଲେ ସେହି ସହରରେ ଥିବା ବୈଶ୍ୟା ଶାଳରୁ ଶୁଦ୍ଧ ମାଟି ଆଣି ମୂର୍ତ୍ତି ଗଢ । ଏହା ସହ ମାଁ କହିଲେ ସମାଜ ସେମାନଙ୍କୁ ବଦନାମ କରିସାରିଲେଣି ସେମାନଙ୍କର କିଛି ଦୋଷ ନାହିଁ । ସେମାନେ ବି ମୋ କୃପା ପାଇବାର ହକଦାର । ରୁଷ ଜଣଙ୍କ ସକାଳୁ ଉଠି ମାଁଙ୍କ ଶୁଦ୍ଧ ମୂର୍ତ୍ତି ପାଈ ବୈଶା ଶାଳର ମାଟି ଆଣି ମୂର୍ତ୍ତି କରି ପୂଜା କଲେ । ସେହି ଦିନଠୁ ମାଙ୍କ ମୂର୍ତ୍ତି ପାଇଁ ବୈଶ୍ୟାଳୟରୁ ପ୍ରଥମ ମାଟି ଆସିଲେ ମାଙ୍କ ମୂର୍ତ୍ତି ଗଢାଯାଏ ।
ରିର୍ପୋଟ-ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *