ବୋଲେରୋ ଛାତ ତଳେ ଗଞ୍ଜେଇ

ବୋଲେରୋ ଛାତ ତଳେ ଗଞ୍ଜେଇ

ଗଞ୍ଜେଇ ମାଫିଆ ମାନେ ବୋଲେରୋ ଛାତ ତଳେ କରି ସେଥିରେ ଗଂଜେଇ ରଖିଛନ୍ତି । । ଏମିତି ଏକ ରାକେଟର ପର୍ଦ୍ଦାଫାସ କରିଛି କୋରାପୁଟ୍ ପୁଲିସ୍। ଏହି ମାମଲାରେ ପୁଲିସ ବୋଲେରୋ ଓ ଗଞ୍ଜେଇ ଜବତ କରିଛି। ପାଡୁଆ ଥାନା ହାଟଗୁଡ଼ାରୁ ଗୋଟିଏ ବୋଲେରୋ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ପଳାଇ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍ ଉକ୍ତ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଗଞ୍ଜେଇ ମାଫିଆମାନେ ପୁଲିସ୍‌କୁ ଦେଖି ବୋଲେରୋକୁ ଛାଡ଼ି ଚମ୍ପଟ ମାରିଥିଲେ। ଏହା ପରେ ପୁଲିସ୍ ଗାଡ଼ିଟିକୁ ଯାଞ୍ଚ କରିଥିଲା। କିନ୍ତୁ ଗଞ୍ଜେଇର ଗନ୍ଧ ବାସନା କିଛି ପାଇନଥିଲା।

ପାଡୁଆ ଥାନା ପୁଲିସ ବୋଲେରୋକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ସେହି ସମୟରେ ବୋଲେରୋ ଛତ ତଳେ ସ୍ୱତନ୍ତ୍ର ଚାମ୍ୱର ହୋଇଥିବା ଜାଣିବାକୁ ପାଇଥିଲା। ପରେ ଛାତକୁ କାଢ଼ିଲା। ଛାତ ତଳେ ବିଡ଼ା ବିଡ଼ା ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ବୋଲେରୋ ଓ ୧୦୪ କେଜି ଗଂଜେଇ ଜବତ କରିଛି ପୁଲିସ୍। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଜଣାପଡ଼ିଛି। ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *