ବୌଦ୍ଧରେ ପହଁଚିଲେ ପୋଲିସ ମହାନିର୍ଦେଶକ ୱାଇ ବି ଖୁରାନିଆ । ଜ଼ୀଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ | ଏହା ସହ ଜ଼ୀଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷକୁ ପୁରା ବନ୍ଧ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରଯାଉଥିବା ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଥଲେ। ଏହି ବୈଠକରେ ଆଇଜି ଓପ୍ରେସନ ଜୟ ନାରାୟଣ ପଙ୍କଜ ଡି ଆଇ ଜି ଏସ ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣା ଅଞ୍ଚଳ ଡି ଆଇ ଜି ସାର୍ଥକ ସଡ଼ଙ୍ଗୀ , ବୌଦ୍ଧ ଏସ ପି ନାଗରାଜ ଦେବାରକୋଣ୍ଡା ଉପସ୍ଥିତ ରହିଥିଲେ।
