ବୌଦ୍ଧରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର

ବୌଦ୍ଧରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର

ନିର୍ବାଚନକୁ ଦିନ କେଇଟା ବାକିଥିବା ବେଳେ ଜୋର ଜମୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର । ବୌଦ୍ଧରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଲୋକମାନଙ୍କ ପ୍ରତି ବିଜେଡି ସରକାରର ଅବଦାନ ବଖାଣିବା ସହ ସରକାରୀ ଯୋଜନାର ସଫଳତା ସମ୍ୱନ୍ଧରେ ଲୋକମାନଙ୍କୁ ଅବଗତ କରାଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧି କେବଳ ଭୋଟ ସମୟରେ ପାଖକୁ ଆସନ୍ତି ଖାଲି କଥା କୁହନ୍ତି ସିନା ହେଲେ କାମରେ କରି ଦେଖାନ୍ତି ନାହିଁ । କିନ୍ତୁ ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାଙ୍କ ଠାରୁ ଯାହା ବି ସମସ୍ୟା ଶୁଣିଛନ୍ତି ତାକୁ ସମାଧାନ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ପୁଣିଥରେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ତାଙ୍କ ଦଳର ଦୁଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଜିତାଇଦିଅନ୍ତୁ । ଫଳରେ ଆଉ ୫ ବର୍ଷ ଆପଣଙ୍କ ସେବା କରିବାକୁ ସୁଯୋଗ ପାଇବେ ମୁଖ୍ୟମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *