ବ୍ରହ୍ମପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ

ବ୍ରହ୍ମପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ

ମୈଦାନକୁ ଓହ୍ଲାଇଲେ ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବ୍ରହ୍ମପୁରରେ ସେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମପୁର ଇଞ୍ଜିନିୟର ସ୍କୁଲରୁ ବାହାରି ପ୍ରସିଦ୍ଧ ମା’ ବୁଢିଠାକୁରାଣୀ ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହା ସହ ଆଗାମୀ ଦିନରେ ବିଜେଡି ସରକାରଙ୍କ ଜନ ହିତକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକପ୍ରିୟତା ତଥା ବ୍ରହ୍ମପୁର ସହରର ବିକାଶର କଥା ନେଇ ଦଳ ଭୋଟରଙ୍କ ପାଖରେ ପଂହଚିବ । ପୂର୍ବ ଥର ଅପେକ୍ଷା ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ବହୁ ଭୋଟରେ ବିଜୟ ଲାଭ କରିବ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *