ବ୍ରହ୍ମପୁର ବିଧାୟକଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର ବିଧାୟକଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର ଗେଟବଜାର ଓଭର୍ ବ୍ରିଜ ନିର୍ମାଣ ନେଇ ବ୍ରହ୍ମପୁର ବିଧାୟକ k ଅନିଲ କୁମାର ସର୍କିଟ ହାଉସ ଠାରେ ସମୀକ୍ଷା କରିଛନ୍ତି l ଏଥିରେ ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନର ଗଞ୍ଜାମ ଓ ପୁରୀ ଦାୟତ୍ୟ ରେ ଥିବା ଜେନେରାଲ ମ୍ୟାନେଜର ଜୟ କୁମାର୍ ଦାସ ଉପଷ୍ଟିତ ଥିଲେ l ଓଭର ବ୍ରିଜର ଟେଣ୍ଡର ପ୍ରକ୍ରିୟା ଚାଲିଛି l ବର୍ତ୍ତମାନ ଏଗରୀମେଣ୍ଟ ପ୍ରକ୍ରିୟା ସଂପ୍ରକର ସମୀକ୍ଷା କରାଯାଇଥିବା ନେଇ ବିଧାୟକ ସୁଚନା ଦେଇଛନ୍ତି l ୭୧କୋଟି ଟଙ୍କା ବ୍ୟୟରେ ଏହି ବ୍ରିଜ ନିର୍ମାଣ ହେବ l ନିଳ ନ୍ଦ୍ରି ବିହାର ଛକଠାରୁ ଆରମ୍ଭ ହୋଇ ସିଟି ହସ୍ପିଟାଲ ର ପୁରୁଣା ଗେଟ ପାଖରେ ଶେଷ ହେବ l ଏଗରିମେଣ୍ଟ ପ୍ରକ୍ରିୟା ସରିବା ପରେ ୨ମାସ ମଧ୍ୟରେ କାମ ଆରମ୍ଭ ହେବ l ୧୮ମାସ ମଧ୍ୟରେ କାର୍ଯ୍ୟ ସରିବା ନେ଼ଇ ଲକ୍ଷ ରଖାଯାଇଛି l ଏଥିସହ ସହରରେ ଆଉ ୨ ଟି ଫ୍ଲାୟ ଓଭରବ୍ରିଜ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି l ପୁରୁଣା ବସଷ୍ଟାଣ୍ଡ ଠାରୁ ବିଜୁପୂର୍ ଓ ଟାଟାବେଞ୍ଜ ଛକଠାରୁ ବୈଦ୍ୟନାଥପୁର ଓଭରବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବିଧାୟକ କହିଛନ୍ତି l ସେହିପରି ସହରର ନୂଆ ବସଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ବୈଠକରେ ଆଲୋଚନା ହୋଇଥଲା l ବସଷ୍ଟାଣ୍ଡର ପୁନରୁଦ୍ଧାର ହେବାସହ ରାସ୍ତା, ଥଣ୍ଡା ପାନୀୟ ଜଳ ବେଵସ୍ତା ଓ ଶୌଚାଳୟ କରାଯିବା ପାଇଁ ବୈଠକରେ ନିଷ୍ପତି କରଯାଇଥିଲା l ଅନ୍ୟ ମାନଙ୍କ ଭିତରେ ବିଇଡିଏ ସଚିବ ରମେଶ ହାଂସଦା ଓ ଯନ୍ତ୍ରୀ ଲିଙ୍ଗରାଜ ସୁବୁଦ୍ଧି ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *