ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ ସମାରୋହ ଉତ୍ସବ ପାଳିତ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ  ସମାରୋହ ଉତ୍ସବ ପାଳିତ

ବ୍ରହ୍ମପୁର || ଗଞ୍ଜାମ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ ସମାବର୍ତ୍ତନ ସମାରୋହ ଉତ୍ସବ ପାଳିତ ହୋଇଛି।ଦୀର୍ଘ ତିନି ବର୍ଷ ହେବ କରୋନା ମହାମାରୀ ଯୋଗୁଁ ବିଶ୍ୱବିଦ୍ୟାଳୟ ତରଫରୁ ସ୍ଥଗିତ ହୋଇଥିବା ବେଳେ ଚଳିତ ବର୍ଷ ଅୟୋଜନ କରାଯାଇଛି।
ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ଟା ସମୟ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟ କୁଳାଧିପତି ପ୍ରଫେସର୍ ଗଣେଶୀ ଲାଲ ପହଞ୍ଚି ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ନୁତନକୋଠା,ନବନିର୍ମିତ ଛାତ୍ରୀବାସ ,ନୂତନ ଭାବେ ନିର୍ମିତ ହୋଇଥିବା ସମ୍ପ୍ରସାରିତ ପ୍ରଶାସନିକ ଅଟ୍ଟାଳିକା ପ୍ରମୁକ କରକମଳରେ ଶୁଭ ଉଦଘାଟନ କରିଥିଲେ ଏବଂ ପରେ ସେଠାରୁ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଉତ୍ସବ କାର୍ଯ୍ୟକ୍ରମ ରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସମ୍ମାନୀତ ଅତିଥି ଭାବେ ଓଡିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହରି,ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଯୋଗଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ,ଡିନ୍ ଅଫ ଫ୍ୟାକଲଟି, ସିଣ୍ଡିକେଟ ସଦସ୍ୟ, ଏକାଡେ଼ମିକ କାଉନସିଲ ସଦସ୍ୟବୃନ୍ଦ ପ୍ତମୁକ ମଞ୍ଚାଷୀନ ଥିଲେ।ବିଶ୍ୱବିଦ୍ୟାଳୟ ଅଧୀନରେ ଶିକ୍ଷକତା,ଗବେଷଣା ଓ ଅଧ୍ୟୟନ କରି

ସଫଳ ଅର୍ଜନ କରିଥିବା ଅଧ୍ୟାପକ, ଛାତ୍ରଛାତ୍ରମାନଙ୍କୁ ଏହି ଅବସରରେ ୮ଜଣଙ୍କୁ ଡିଲିଟ୍,୨ ଜଣଙ୍କୁ ଡି.ଏସସି,୭୦ ଜଣଙ୍କୁ ପି.ଏଚଡି ଉପାଧି ସହ ସ୍ନାତକୋତ୍ତର ବିଭାଗର ୪୫ଜଣ ଟପ୍ପରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଅଛି।ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟରେ କହିଥିଲେ ଶିକ୍ଷା ମାଧ୍ୟମରେ ମନୁଷ୍ୟ ସର୍ବଦା ନିଜକୁ ପରିବର୍ତ୍ତନ କରିବା ସହ ସମାଜରେ ପ୍ରତିଷ୍ଠିତ ହୋଇପାରେ। ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ ଗୁଡ଼ିକର ସାମର୍ଥ୍ୟ ଉପରେ ନିର୍ଭର କରେ ଯାହା ଆମର ଯୁବକ ଓ ଯୁବତୀ ଙ୍କୁ ଏକ ବିକାଶଶୀଳ ଚାକିରି ବଜାର ସହିତ ଜଡ଼ିତ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେଇ ଗଢିତୋଳିହେବ। ପ୍ରଖ୍ୟାତ ଗଣିତଜ୍ଞ ରାମାନୁଜଙ୍କ ଶୁନ ଓ ଅସୀମ ସଂଖ୍ୟା ଉପରେ ଆଧାରିତ ଏକ ଉଦାହରଣ ଦେଇଥିଲେ।ଦୀର୍ଘ ଦୁଇ ବର୍ଷ ପିଜି ପାଠ୍ୟକ୍ରମ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ କରି ନିଜକୁ ବହୁତ ଗର୍ବ ଅନୁଭବ ହେବାସହ ଏପରି କି ଟପ୍ପର ହୋଇ ଗୋଲ୍ଡ ମେଡାଲ ହାସଲ କରିବା ମୋ ପାଇଁ ପ୍ରେରଣା,ଆଗାମୀ ଦିନରେ ଏକ ଅଧ୍ୟାପିକା ହେବାପାଇଁ ପାଠପଢା ଜାରି ରହିଛି ବୋଲି ଗୃହ ବିଜ୍ଞାନ ବିଭାଗର ଛାତ୍ରୀ ପ୍ରସମିକା କବି ପ୍ରତିକ୍ରିୟ ରଖିଛନ୍ତି ।।

author

Related Articles

Leave a Reply

Your email address will not be published. Required fields are marked *