ବ୍ରହ୍ମପୁର ସାଂସଦଙ୍କୁ ବଡ ଦାୟିତ୍ୱ

ବ୍ରହ୍ମପୁର ସାଂସଦଙ୍କୁ ବଡ ଦାୟିତ୍ୱ

ବ୍ରହ୍ମପୁରର ବର୍ତ୍ତମାନ ସାଂସଦଙ୍କୁ ମିଳିଲା ନୂଆ ଦାୟିତ୍ୱ । ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଏକ ବଡ ଦାୟିତ୍ୱ ଦେଇଛି । ବର୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି । ଦଳ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନିଜର ଇସ୍ତାହାର ପ୍ରକାଶ କରିବ, ତାର ଦାୟିତ୍ୱ ଏବେ ଚନ୍ଦ୍ରଶେଖର ସାହୁଙ୍କୁ ଦିଆଯାଇଛି । ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧକ୍ଷ ଦାୟିତ୍ୱ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥସହିତ ତାଙ୍କୁ ରାଜ୍ୟ ଉପ ସଭାପତି ଭାବେ ମଧ୍ୟ ନୂଆ ନିଯୁକ୍ତି ମିଳିଛି । ତେବେ ବିଜେଡି ତରଫରୁ ଏତେ ବଡ ଦାୟିତ୍ୱ ମିଳି ସାରିବା ପରେ ପୁଣିଥରେ ସେ ବ୍ରହ୍ମପୁର ଲୋକସଭା ଲଢିବେ କି ନାହିଁ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *