ବ୍ରହ୍ମପୁର ସିଟି ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

ବ୍ରହ୍ମପୁର ସିଟି ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

ବ୍ରହ୍ମପୁର || ଗଞ୍ଜାମ

ବ୍ରହ୍ମପୁର ସିଟି ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ
ଲାଞ୍ଜିପଲ୍ଲୀ ଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍କୁଲର ଉତରତର କାମନା କରିଥିଲେ l କାର୍ଯ୍ୟକ୍ରମକୁ ସ୍କୁଲର ସଭାପତି ସନ୍ତୋଷ କୁମାର ପାଣିଗ୍ରାହି ଅଧକ୍ଷତା କରିଥିବା ବେଳେ ଏମ.ଡି ଦିଲୀପ ମିଶ୍ର ଓ ପ୍ରିନ୍ସପାଲ ମମତା କୁମାରୀ ବେହେରା ପରିଚାଳନା କରିଥିଲେ l

ଅନୁଷ୍ଟିତ ବାର୍ଷିୋତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ଏସ.ଏମ ଆଇ.ଟି ସଭାପତି ଡ.ଭଗବାନ ଗନ୍ତାୟତ,କର୍ପୋରେଟର
ସ୍ଵର୍ଣ୍ଣଲତା ସାବତ,ବିଜେଡ଼ି ନେତା ଦୁର୍ଗା ସାବତ, ଜଗନ୍ନାଥ ସାବତ, ଲାଞ୍ଜିପଲ୍ଲି ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ଦାସ, ଜଗନ୍ନାଥପୁର ସରକାରୀ ହାଇସ୍କୁଲର ଶିକ୍ଷକ କେ.ଚିରଞ୍ଜିବୀ ଆଚାରି ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ବିଦ୍ୟାଳୟର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

author

Related Articles

Leave a Reply

Your email address will not be published. Required fields are marked *