ବ୍ରାଉନସୁଗାରର ଭୂସ୍ୱର୍ଗ ପୁରୀ ସହର

ବ୍ରାଉନସୁଗାରର ଭୂସ୍ୱର୍ଗ ପୁରୀ ସହର

ଆଜିର ଯୁବ ସମାଜକୁ ନିଶାଦ୍ରବ୍ୟ ଯେମିତି ନିଜ ଅକ୍ତିଆରରେ ରଖିଛି । ଗାଁଠୁ ଆରମ୍ଭ କରି ସହରର ସବୁ ଗଳିକନ୍ଦି ପର୍ଯ୍ୟନ୍ତ ନିଶାଦ୍ରବ୍ୟ ରାଜୁତି କଲାଣି । ରାଜ୍ୟର ପଛୁଆ ଜିଲ୍ଲାଠାରୁ  ଉପକୂଳ ଉତ୍ତର,ପଶ୍ଚିମ,ଦକ୍ଷିଣ ଏବଂ ସମସ୍ତ ଗଳିକନ୍ଦିକୁ ନିଶାଡି କବଜା କରିସାରିଲେଣି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ନିଶାରେ ପଞ୍ଜାବକୁ ଟକ୍କର ଦେଇଛି ଓଡିଶା । ସାଂସ୍କୃତିକ,ପର୍ଯ୍ୟଟନ,ଧାର୍ମିକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଓଡିଶା ଦିନେ ନିଶା ବେପାରୀ ମାତିବେ ତାହା କେହି ଭାବି ନଥିଲେ ।

ହଁ ଦର୍ଶକ ବନ୍ଧୁ ସରକାରଙ୍କ ରିପୋର୍ଟକୁ ଦେଖିଲେ ଜଣାପଡୁଛି  ସାଢେ ଚାରି ବର୍ଷ ଭିତରେ ଅବକାରୀ ବିଭାଗ କେଜିଏ କି ଦୁଇକେଜି ନୁହେଁ 200 କେଜି ବ୍ରାଉନସୁଗାର ଜବତ କରିଛି । ବିଧାନସଭା ମୌସୁମୀ ଅଧିବେସନରେ ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏ ସଂକ୍ରାନ୍ତରେ ତଥ୍ୟ ଦେଇଛନ୍ତି । 2022-23 ବର୍ଷରେ 32କେଜି 512.28 ବ୍ରାଉନସୁଗାର ଜବତ କରାଯାଇଛି । ଏଇ 4 ବର୍ଷ ଭିତରେ 10ଗୁଣାରୁ ଅଧିକା ବ୍ରାଉନସୁଗାର କାରବାର ବଢିଛି । ସର୍ବାଧିକ ବ୍ରାଉନସୁଗାର ପୁରୀରୁ ହିଁ ଜବତ କରାଯାଇଛି ।

ବିଶେଷ କରି ଶହ ଶହ ସଂଖ୍ୟାରେ ସ୍କୁଲ,କଲେଜ ଛାତ୍ରମାନେ ନିଶା କବଳରେ ପଡିଛନ୍ତି । ହଜାର ହଜାର ସଂଖ୍ୟାରେ ଗ୍ରାମାଞ୍ଚଳ ଯୁବକ ଏବଂ ବେକାରୀ ଲୋକ ମଧ୍ୟ ସାମିଲ ହେଲେଣି । ଏହିପରି ଧିରେ ଧିରେ ନିଶା ବେପାରୀ ଓ ନିଶା ସେବନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆହୁରି ମଧ୍ୟ ଜେଲ ଫେରନ୍ତା ଅପରାଧୀମାନେ ନିଶା କାରବାରର ମୂଳ ବାହକ ସାଜିଛନ୍ତି ବୋଲି କୁହାଯାଉଛି । ବେପାରୀମାନଙ୍କୁ ରାତାରାତି ଧନୀ କରିଦେଉଥିବାର ଲୋଭ ଦେଖାଇ ଏଥିରେ ସାମିଲ କରାଯାଉଛି । ତେବେ ଯେଉଁଭଳି ଭାବେ ନିଶାଦ୍ରବ୍ୟ କାରବାର ବଢିଚାଲିଛି ଆଗକୁ ରାଜ୍ୟରେ ଯୁବପିଢିଙ୍କ ଭବିଷ୍ୟତ କଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

author

Related Articles

Leave a Reply

Your email address will not be published. Required fields are marked *